ଏସଟିଏଫ୍ ଜାଲରେ ୩ ବେପାରୀ; ୧୦୧ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର, ୨୨ା୧ : ଗତକାଲି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ, ତିନି ଜଣଙ୍କୁ ଧରିଲା ଏସଟିଏଫ୍ ଟିମ । ପରେ ସେମାନଙ୍କ କାରର ତଲାସି ବେଳେ କାର ଭିତରୁ ୧୦୧ କେଜି ଗଞ୍ଜେଇ ଜବତ କରାଯାଇଛି । ଏମାନେ କନ୍ଧମାଳରୁ କାରରେ ଗଞ୍ଜେଇ ଆଣି ଖୋର୍ଦ୍ଧା ଚନ୍ଦକା ରୋଡ ଦେଇ କଲିକତା ଗଞ୍ଜେଇ ଚାଲାଣ କରୁଥିଲେ । ଏହି ଖବର ଏସଟିଏଫ୍ ଟିମ ଜାଣିବାକୁ ପାଇଥିଲା । ଗିରଫ ୩ ଅଭିଯୁକ୍ତ ହେଲେ, କନ୍ଧମାଳ ଜିଲ୍ଲାର ଅକ୍ଷୟ ବିନ୍ଧାଣୀ, କୁକୁନା ବେହେରା ଓ ବିକ୍ରମ କୁମାର ବେହେରା । ପରେ ଏସଟିଏଫ୍ ଥାନା କେସ ନମ୍ବର-୨ ରେ ମାମଲା ରୁଜୁକରି ଦଫା, ୨୦(ବି)/ (ଆଇଆଇ)(ସି)/୨୫/୨୯ ଅଫ୍ ଏନଡିପିଏସ୍ ଆକ୍ଟରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୧ ତାରିଖ ତଥା ମଙ୍ଗଳବାର ସନ୍ଧ୍ୟା ୮ଟା ସମୟରେ ଏକ ଓଡ଼ି-୩୩-ଏଜି- ୫୭୨୦ ନମ୍ବର ଥିବା ଏକ ସୁଇଫ୍ଟି କାରରେ କନ୍ଧମାଳ ଜିଲ୍ଲାରୁ ଖୋର୍ଦ୍ଧା ଚନ୍ଦକା ରୋଡ଼ ଦେଇ କଲିକତା ଚାଲାଣ ହେଉଥିଲା । ଏହି ଖବର ଭୁବନେଶ୍ୱର ଏସଟିଏଫ୍ ଟିମ ବିଶ୍ୱସ୍ତ ଶୁତ୍ରରୁ ଜାଣିବାକୁ ପାଇଥିଲା । ଏହି ଖବର ପରେ ଏସଟିଏଫର ୨ଟି ଟିମ ଖୋର୍ଦ୍ଧା ପିତାପଲ୍ଲୀ ଓ ଚନ୍ଦକା ରୋଡ଼ରେ ଚଢ଼ାଉ କରି କାରକୁ କାବୁ କରିଥିଲେ । ପରେ କାର ଭିତରୁ ୩ ଜଣ ବେପାରୀଙ୍କୁ ଗିରଫ କରିବା ସହ କାରର ତଲାସି ବେଳେ କାରରୁ ୧୦୧ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ସମସ୍ତଙ୍କୁ ଗିରଫ କରାଯାଇ ଏସଟିଏଫ୍ ଟିମ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।