ଗ୍ଲୋବସ ଏଜୁକେସନର କର୍ମଶାଳା ; ମେଧାବୀ ଛାତ୍ରୀଛାତ୍ରୀ ହେଲେ ପୁରସ୍କୃତ

ଗ୍ଲୋବସ ଏଜୁକେସନର କର୍ମଶାଳା ; ମେଧାବୀ ଛାତ୍ରୀଛାତ୍ରୀ ହେଲେ ପୁରସ୍କୃତ


 ଭୁବନେଶ୍ୱର, ୩୦ା୫ : ଶିକ୍ଷା କ୍ଷେତ୍ରରେ ଗ୍ଲୋବସ ଏଜୁକେସନ ଆଉପାଦେ ଆଗକୁ ବଢ଼ିଛି । ଛାତ୍ରଛାତ୍ରୀଙ୍କ ମନରେ ଉଚ୍ଚମାନର ଶିକ୍ଷା, ଦକ୍ଷତା ପାରଦର୍ଶି କରିବା ପାଇଁ ଗ୍ଲୋବସ ଏଜୁକେସନର ରହିଛି ବଡ ଭୂମିକା । ଗୁରୁବାର ଦିନ ଏକ କର୍ମଶାଳା ଭୁବନେଶ୍ୱର ୱେଲ୍‌କମ୍‌ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହେରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଂଶ ଗ୍ରହଣ କରିଥିଲେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ସଂସ୍ଥାର ଫାଉଣ୍ଡର ଓ ସିଇଓ ଗୌରଭ ରାଜପୁତ ପୁରସ୍କୁୃତ କରିବା ସହ ସାର୍ଟିଫିକେଟ୍‌ ସହ ସମ୍ମାନିତ କରିଥିଲେ । ରାଜ୍ୟରେ ଗ୍ଲୋବସ ଏଜୁକେସନ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ରହି ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି  । ବିଶେଷ କରି ନବମ ଶ୍ରେଣୀ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇଥିବାରୁ ଶ୍ରୀ ରାଜପୁତ ଖୁସି ପ୍ରକଟ କରିଛନ୍ତି  । ଏହି କର୍ମଶାଳାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଅନ୍ୟ ପଟେ ମେଧାବୀ ଛାତ୍ରଛାତ୍ରୀ ମାନେ ମାନପତ୍ର, ସାର୍ଟିଫିକେଟ ପାଇବା ପରେ ଖୁସି ପ୍ରକଟ କରିବା ସହ ଗ୍ଲୋବସ ଏଜୁକେସନର କର୍ମକର୍ତ୍ତା ଓ ଫାଉଣ୍ଡରଙ୍କ ଉପରେ ଖୁସି ପ୍ରକଟ କରିଥିଲେ । ରାଜ୍ୟରେ ଗ୍ଲୋବସ ଏକୁକେସନର ବଡ ଭୂମିକା ରହିଥିବାରୁ ଛାତ୍ରଛାତ୍ରୀ ମାନେ ଏଠାରେ ନାମ ଲେଖାଇ ଶିକ୍ଷାଦାନ କରିବାକୁ ଶ୍ରୀ ରାଜପୁତ୍‌ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ ।