ସୌନ୍ଦର୍ଯ୍ୟର ରହସ୍ୟ ରୋଷେଇ ଘର

ସୌନ୍ଦର୍ଯ୍ୟର ରହସ୍ୟ ରୋଷେଇ ଘର

ଅଧିକାଂଶ ନିଜକୁ ଷ୍ଟାଇଲିସ୍ ଓ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ ଦେଖିବାକୁ ଗଲେ ସୌନ୍ଦର୍ଯ୍ୟ ବଢ଼ାଇାରେ ରୋଷେଇ ଘର ବି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ! ଆସନ୍ତୁ ଜାଣିବା ଏହା କିପରି ଉପଯୋଗୀ ହୋଇପାରେ...
ଆଳୁ: ଯଦି ଆପଣଙ୍କ ଆଖି ତଳ କଳା ପଡ଼ିଥାଏ ତେବେ କଞ୍ଚା ଆଳୁକୁ କାଟି ଏହି ଜାଗାରେ ଘଷନ୍ତୁ । ଆଳୁକୁ ପେଷ୍ଟ୍ କରି ଏହାର ରସକୁ ମଧ୍ୟ ଲଗାଇପାରିବେ । ଫଳରେ ଆଖି ତଳୁ କଳା ଦାଗ ଦୂର ହୋଇପାରେ ।
ପାଳଙ୍ଗ: ଏଥିରେ ଥିବା ପୋଷକ ତତ୍ତ୍ୱ ଯେପରିକି ଆଇରନ୍ ଏବଂ ଭିଟାମିନ୍-ଏ ତ୍ୱଚା ପାଇଁ ବେଶ୍ ଲାଭଦାୟକ । ତେଣୁ ପାଳଙ୍ଗ ରସକୁ ମାଲିସ୍ କଲେ ତ୍ୱଚାରେ ଉଜ୍ଜ୍ୱଳ୍ୟତା ଆସିଥାଏ ।
ବନ୍ଧାକୋବି: ତ୍ୱଚାରେ ଅସମୟରେ ଶୁଷ୍କତା ତଥା ଭାଙ୍ଗ ପଡ଼ିଯାଇଥିଲେ ବନ୍ଧାକୋବି ପତ୍ରର ରସରେ ଏକ ଚାମଚ ମହୁ ମିଶାଇ ଲଗାଇବା ଉଚିତ୍ ।
ଗାଜର: ଗାଜର ରସକୁ ତ୍ୱଚାରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ଏହାପରେ  ପରିଷ୍କାର ପାଣିରେ ମୁହଁ ଧୋଇଦିଅନ୍ତୁ । ଦେଖିବେ ତ୍ୱଚା ଉଜ୍ଜଳ ଦେଖାଯିବା ସହ ନରମ ଲାଗିବ ।
ଟମାଟୋ: ଟମାଟୋ ରସକୁ କିଛି ଟୋପା ଲେମ୍ବୁ ରସ ସହ ମିଶାଇ ଲଗାଇଲେ ତ୍ୱଚା କୋମଳ ହେବା ସହ ସତେଜ ଦେଖାଯାଏ ।
କମଳା: କମଳାରୁ ରସ ବାହାର କରି ଏହି ରସକୁ ଲଗାଇଲେ ତ୍ୱଚା କୋମଳ ରହେ । ଖାଲି ସେତିକି ନୁହେଁ, କମଳା ଚୋପାକୁ ଗୋଲାପ ଜଳ ଏବଂ ବେସନ ସହ ମିଶାଇ ଲଗାଇଲେ ବ୍ରଣ ସମସ୍ୟା ଦୂର ହେବା ସହ ଗୋରାପଣ ଆସିଥାଏ ।