ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାମ, ଜାଣନ୍ତୁ କ’ଣ ହେବ ?
name change
ଭୁବନେଶ୍ୱର : ଇଂରେଜ ଅମଳର ଛକ ନାମ ସବୁ ହଟିଯିବ । ନୂଆ ନାମକରଣ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମିତି ହିଁ ନିଷ୍ପତ୍ତି ହୋଇଛି । ମାଷ୍ଟରକ୍ୟାଣ୍ଟିନ ଛକର ନାମ ବଦଳିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଖାଲି ମାଷ୍ଟରକ୍ୟାଣ୍ଟିନ ନୁହେଁ, ଆଗାମୀ ଦିନରେ ଅନେକ ଛକର ନାମ ପରିବର୍ତ୍ତନ କରିବାକୁ ସରକାର ବିଚାରବିମର୍ଷ କରୁଛନ୍ତି । ତେବେ କେଉଁ ଛକର କେଉଁ ନାମ ହେବ ସେନେଇ କିଛି ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟଯେ, ଭୁବନେଶ୍ୱରରେ ଥିବା ମାଷ୍ଟରକ୍ୟାଣ୍ଟିନ, ଶ୍ରୀୟା, ରବି ଟକିଜ, କଳ୍ପନା, ଡେଲଟା, ରାଜମହଲ ଆଦି ଛକର ନାମକରଣ ପଛରେ ଅନେକ ରହସ୍ୟ ରହିଛି । ଏବେବି ପୁରୁଣାକାଳିଆ ଭୁବନେଶ୍ୱର ଲୋକମାନେ ନାମକରଣର ରହସ୍ୟ କଥା କୁହନ୍ତି । କିନ୍ତୁ ନାମ ବଦଳିବାକୁ ସାଧାରଣ ଲୋକେ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।