ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ

ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ

ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ଆସିଛି ଏକ ଖୁସି ଖବର। ପ୍ରାଣୀଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ରହୁଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି। ମା’ ଓ ଛୁଆ ସୁସ୍ଥ ଥିବାବେଳେ ଜଳାଶୟରେ ବିଚରଣ କରୁଥିବା ଜଣାପଡ଼ିଛି। ଏହି ଛୁଆ ଜନ୍ମ ହେବା ପରେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ୬ ମାଈ ଓ ୫ ଅଣ୍ଡିରା ରହିଥିବା ସୂଚନା ମଳିଛ। ସଦ୍ୟ ଜନ୍ମିତ ଶାବକର ଲିଙ୍ଗ ନିରୂପଣ ହୋଇ ନ ଥିବା ସୂଚନା ମିଳିଛି। ସାଧାରଣତଃ ଏହି ପ୍ରଜାତିର ଜଳହସ୍ତୀ ଆଫ୍ରିକା ମହାଦେଶର ନଦୀ ଓ ହ୍ରଦରେ ଦଳବଦ୍ଧ ଭାବେ ରହଥାନ୍ତି।