ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ସହ ଏକ ବଡ଼ ବୈଠକ ବସିବାକୁ ଯାଉଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଦୁଇ ଦୁଇଟି ବିଧାନସଭା ନିର୍ବାଚନ ସରିଥିବାବେଳେ ଦୁଇ ଦୁଇଟିରେ ଭାଜପା ପ୍ରଚଣ୍ଡ ବହୁମତ ପାଇଛି। ଏସବୁ ପରେ ମୋଦି ଆମେରିକାରେ ପହଞ୍ଚି ରାହୁଲଙ୍କୁ ଟାର୍ଗେଯ ମଧ୍ୟ କରିଛନ୍ତି। କିନ୍ତୁ ସେଠାରୁ ଫେରିବା ପରେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି। କାରଣ ନୂଆ ମୁଖ୍ୟ ର୍ନିବାଚନ କମିଶନର (CEC) ଚୟନ କରିବା ପାଇଁ ଆଇନ ମନ୍ତ୍ରଣାଳୟ ଦ୍ୱାରା ୧୭ ଫେବୃଆରୀ ୨୦୨୫ରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟିର ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୟନ କମିଟି ବୈଠକରେ ଯୋଗଦେବେ। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୮ ଫେବୃଆରୀରେ ଶେଷ ହେବାକୁ ଯାଉଛି।

Modi-Rahul meting: କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ଦୁଇ ଜଣ ସଦସ୍ୟ ଥିଲେ – ଅର୍ଥ ବିଭାଗ ସଚିବ ଏବଂ କାର୍ମିକ ଏବଂ ତାଲିମ ବିଭାଗ ସଚିବ। ଏପର୍ଯ୍ୟନ୍ତ ସବୁଠାରୁ ବରିଷ୍ଠ ର୍ନିବାଚନ କମିଶନରଙ୍କୁ ସିଇସିଙ୍କ ଅବସର ପରେ ମୁଖ୍ୟ ର୍ନିବାଚନ କମିଶନର ଭାବରେ ପଦୋନ୍ନତି ଦିଆଯାଉଥିଲା। ତଥାପି, ଗତ ବର୍ଷ ସିଇସି ଏବଂ ର୍ନିବାଚନ କମିଶନର (EC)ଙ୍କ ନିଯୁକ୍ତି ସମ୍ପର୍କିତ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି। ପ୍ରଥମ ଥର ପାଇଁ ମୁଖ୍ୟ ର୍ନିବାଚନ କମିଶନର ଏବଂ ଅନ୍ୟାନ୍ୟ ର୍ନିବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ର ବ୍ୟବସ୍ଥାଗୁଡ଼ିକୁ ମୁଖ୍ୟ ର୍ନିବାଚନ କମିଶନରଙ୍କ ନିଯୁକ୍ତି ପାଇଁ ପ୍ରବର୍ତ୍ତନ କରାଯାଉଛି।