ବିଶ୍ୱାସର କଥା
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଆମକୁ କେମିତି ଓ କେତେ ବିଶ୍ୱାସ ରଖିବାକୁ ହେବ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
କୌଣସି ମଣିଷର ମନକଥା କେହି କେବେ ହେଲେ ଜାଣିପାରିବେ ନାହିଁ । ଆମ ଆଗରେ ହସି ହସି କଥା ହେଉଥିବା ଲୋକଟି ମନ ଭିତରେ କଣ ଉଦେ୍ଦଶ୍ୟ ରଖିଛି ଆମେ କେବେ ହେଲେ ତାକୁ ଆକଳନ କରିପାରିବା ନାହିଁ । ତେଣୁ ତାହା ସହିତ କିଭଳି ଭାବରେ ଆମକୁ ସମ୍ପର୍କ ରଖି ଚଳିବାକୁ ପଡ଼ିବ ସେକଥା ଆକଳନ କରିନେବା ଉଚିତ୍ ।
ମଣିଷର ରୂପ, ଚେହେରା, ବେଶ ପୋଷାକ ତାର ଚରିତ୍ରର ପ୍ରତିନିଧିତ୍ୱ କରେ ନାହିଁ । ରାବଣ ସନ୍ୟାସୀ ବେଶରେ ଆସି ସୀତାଙ୍କୁ ଅପହରଣ କରି ନେଇଥିଲା । ବେଶ, ପୋଷାକ କାହାରୀ ପ୍ରକୃତ ପରିଚୟ ନୁହେଁ । ବେଶ, ପୋଷାକ, ପରିଧାନ, ପରିପାଟିରୁ କାହାରିକୁ ବିଶ୍ୱାସ କରିଯିବା ଉଚିତ୍ ନୁହେଁ । ଅନେକ ଲୋକ ନିଜ ପରିଧାନକୁ ନେଇ ଗର୍ବ କର"ି ଏବଂ ପରିଧାନ ମାଧ୍ୟମରେ ଯାହା ନୁହଁ"ି ତାହା ଦେଖେଇ ହୁଅ"ି । ବିଶ୍ୱାସ ହେଉଛି ଏକ ମାନବୀୟ ଗୁଣ । ସାମାଜିକ ଜୀବନ ଭିତରେ ଆମକୁ କାହାକୁ ନା କାହାକୁ ବିଶ୍ୱାସ ତ କରିବାକୁ ପଡ଼ିବ । ତେବେ ଏହି ବିଶ୍ୱାସ ଏକ ଆଖିବୁଜା ବିଶ୍ୱାସ ନହେଉ । ଏ ବିଶ୍ୱାସ ସାମଗ୍ରିକ ଭାବରେ ବିଶ୍ୱାସ ନହେଉ । ନିଜର ସ୍ୱାର୍ଥ ହାସଲ ପାଇଁ ଅନେକ ବ୍ୟକ୍ତି କପଟ ଆଚରଣ ଏବଂ କପଟ ବ୍ୟବହାର ଦେଖା"ି । ଆତ୍ମୀୟତା ମଧ୍ୟ ଦେଖା"ି । ଆତ୍ମୀୟତାକୁ ଘନିଷ୍ଠ ଆତ୍ମୀୟତାରେ ପରିଣତ କରି ବ୍ୟକ୍ତିଗତ ଗୋପନୀୟତା ଜାଣି ନିଅ"ି । ଏସବୁ ଆଚରଣ ପରବର୍ତ୍ତୀ ସମୟରେ ବିପଦର କାରଣ ପାଲଟେ । ତେଣୁ ଯେତେ ଆତ୍ମୀୟତା ପ୍ରକାଶ କରିଲେ ମଧ୍ୟ ନିଜର କିଛି ଗୋପନୀୟତାକୁ ରକ୍ଷା କରାଯିବା ଉଚିତ୍ । ଯେତେ ଘନିଷ୍ଠ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିଯିବା ଅନୁଚିତ୍ । କାହା ମନରେ କି ପ୍ରକାରର ଚି"ା ତାହା କେହି କହିପାରିବେ ନାହିଁ । କୌଣସି ଜଣେ ବ୍ୟକ୍ତିର କପଟ ଆଚରଣକୁ ଆକଳନ କରିବା ସହଜ ନୁହେଁ । କପଟ ଆଚରଣ ନିକଟରେ ଯେତେ ଶକ୍ତିଶାଳୀ ହେଉ ପଛେ ଜଣେ ହାରିଯାଏ । ତେଣୁ କାହାରିକୁ ହଠାତ୍ ବିଶ୍ୱାସକୁ ନେଇ ନିଜର ଗୋପନୀୟ କଥା ପ୍ରକାଶ କରିଲେ ଭବିଷ୍ୟତରେ ହୁଏତ ଅନୁତାପ କରିବାକୁ ପଡ଼ିବ । ଜୀବନରେ ଏସବୁ ଦିଗ ପ୍ରତି ଗୁରୁତ୍ୱ ଦେଇ ଚାଲିବା ହିଁ ବୁଦ୍ଧିମାନର ପରିଚୟ ।
ତେଣୁ ଜୀବନରେ ଆଖି ବୁଜି ସମସ୍ତଙ୍କୁ ବିଶ୍ୱାସ କର"ୁ ନାହିଁ । ଯିଏ ସମସ୍ତଙ୍କୁ ଆଖି ବୁଜି ବିଶ୍ୱାସ କରେ, ସିଏ ଶେଷକୁ ବହୁତ ପସ୍ତାଏ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସ"ୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।