ପାୱାରଙ୍କ ପାଇଁ ପାଣି ଢାଳିଲେ ମୋଦି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍ସିପି-ଏସ୍ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ ବ୍ୟକ୍ତି କାର୍ଯ୍ୟକ୍ରମ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପାଓ୍ବାରଙ୍କୁ ଧରି ମଞ୍ଚକୁ ଆସିଲେ। ଉଦ୍ଘାଟନ ପାଇଁ ସେଠାରେ ଉପସ୍ଥିତ ମୋଦି ତାଙ୍କୁ ଆସନରେ ବସିବା ପାଇଁ ସହଯୋଗ କରିବା ପରେ ବୋତଲରୁ ଗ୍ଲାସ୍ରେ ପାଣି ଢାଳିଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ସୌଜନ୍ୟତା ଦେଖି ଉପସ୍ଥିତ ଦର୍ଶକମାନେ ତାଳି ମାରିଥିଲେ। ମଞ୍ଚରେ ମୋଦି ଓ ପାଓ୍ବାର ଅନେକ ସମୟ ଧରି କଥା ହୋଇଥିଲେ। ରାଜନୀତିରେ ଦୁଇନେତା ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ଉଭୟଙ୍କ କେମେଷ୍ଟ୍ରି ଲୋକଙ୍କୁ ଅମୋଦିତ କରିଥିଲା।