ଓଡ଼ିଶାକୁ ମୋଦିଙ୍କ ବଡ଼ ଉପହାର, ଜାଣନ୍ତୁ କ’ଣ ?
narendra modi
ଭୁବନେଶ୍ୱର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର
କେନ୍ଦ୍ର ସରକାର ଆଜି ଓଡ଼ିଶାକୁ ଖୁସି ଖବର ଦେଇଛନ୍ତି । କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ଼ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଛନ୍ତି । ୬ ଲେନ ବିଶିଷ୍ଟ ରାସ୍ତା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୧୧୦ କିମି ଏହି ରାସ୍ତା ହେଲେ ଟ୍ରାଫିକ୍ ଅନେକ ମାତ୍ରାରେ ହ୍ରାସ ପାଇବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଘୋଷଣା କରିଛନ୍ତି । ଏଥିପାଇଁ ୮୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ ।