ସର୍ଗିଫୁଲ ଉସବ ଶୁଭାରମ୍ଭ କିଶୋର ସୃଜନଶକ୍ତିକୁ ଋଦ୍ଧିମନ୍ତ କରିବ ସର୍ଗିଫୁଲ: ମନ୍ତ୍ରୀ
ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉସôବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉସôବର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉସôବରେ ଯୋଗ ଦେଇ ମନ୍ତ୍ରୀ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ । ସେହିପରି ଅନୁସୂଚିତ ଜନଜାତି ନିଦେ୍ର୍ଦଶକ ଡ. ପୋମା ଟୁଡୁ, ଅନୁସୂଚିତ ଜାତି ନିଦେ୍ର୍ଦଶକ ଲକ୍ଷ୍ମଣ କୁମାର ମଲ୍ଲିକ, ବିଭାଗୀୟ ଅତିରିକ୍ତ ଶାସନସଚିବ ତଥା ବିତ୍ତ ପରାମର୍ଶଦାତା ବନିତା ଦାଶ, ଅତିରିକ୍ତ ଶାସନସଚିବ ନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ ସର୍ଗିଫୁଲର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ଉପାସକ । ସମୟାନୁକ୍ରମେ ଜନଜାତି ସମ୍ପ୍ରଦାୟ ସର୍ଗିଫୁଲ ବା ଶାଳ ଫୁଲକୁ ଖାଦ୍ୟ ଭାବେ ଗ୍ରହଣ କରିଆସୁଥିଲେ । ପରେ ଏହାକୁ ଜାହିରା ଭାବେ ପୂଜା କରିବା ଆରମ୍ଭ କରିଥିଲେ ତେଣୁ ସର୍ଗିଫୁଲ ହେଉଛି ପ୍ରେରଣାର ଉସô । ସେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଏହା ମଧ୍ୟ କହିଥିଲେ ଯେ କିଶୋର ସୃଜନ ଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବା ଉଦେ୍ଦଶ୍ୟରେ ସର୍ଗିଫୁଲ ଉସôବ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ ଦେଖାଇବା ହେଉଛି ଏହି ଉସôବ ଆୟୋଜନର ମୁଖ୍ୟ ଉଦେ୍ଦଶ୍ୟ । ଉଦଘାଟନୀ ଅବସରରେ ୨୦୨୪ ଦଶମ ବୋର୍ଡÿ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି ଏସଟି ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ନାଏକ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବା ସହ ମାନପତ୍ର ଓ ଜନଜାତି ସମ୍ପର୍କିତ ପୁସ୍ତକ ପ୍ରଦାନ କରିଥିଲେ । ଏଥିସହିତ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ । ଏହି ଉସôବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ୪୦ଟି ଷ୍ଟଲ୍ରେ ୮୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୦ ଗାଇଡ୍ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ସାମୁଦ୍ରିକ ପରିମଣ୍ଡଳର ସଂରକ୍ଷଣ, ପରିବେଶ ଅନୁକୂଳ ବାତାବରଣ, କୃତିମ ବୁଦ୍ଧିମତ୍ତା, ଭାରତୀୟ ଅନ୍ତରୀକ୍ଷ ଗବେଷଣା, ସ୍ମାର୍ଟ କ୍ଲାସ ରୁମ୍ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ୫ ଟି ଡୋମ୍ରେ ତିନିଦିନ ଧରି ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ ।