ରାଜଧାନୀର ବିଭିନ୍ନ ବସ୍ତିରେ ହେଉଛି ନକଲି ମଦ ପ୍ରସ୍ତୁତି
।ା ଜିତେନ୍ଦ୍ର ସାହୁ ।ା ଭୁବନେଶ୍ୱର, ୨୯ା୫ : ରାତିଆରାତି କୋଟି ପତି ହେବା ଲକ୍ଷରେ ଅନେକ ମାଫିଆମାନେ ନକଲି ମଦ ପ୍ରସ୍ତୁତ କରୁଛନ୍ତି । ଯାହାକୁ ୧୫ ଦିନ ଧରି ପିଇଲେ ଜଣେ ଲୋକଙ୍କୁ କିଡୀନ ଖରାପ ହୋଇଯାଉଛି । ବିଶେଷ କରି ନକଲି ମଦ ରାଜଧାନୀର ବିଭିନ୍ନ ବସ୍ତିରେ ପ୍ରସ୍ତୁତ କରାଯାଉଛି । ଏହି ନକଲି ମଦକୁ ଧରିଲେ ତାହା ଅସଲି କି ନକଲି ତାହା ଜାଣିବା ଏକ ପ୍ରକାର କଷ୍ଟକର । ନିଶା ମାଫିଆ ନକଲି ମଦ ପି୍ରସ୍ତୁତ କରି ସହରର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଏହାକୁ ଶସ୍ତାରେ ପାଇ ଏକାଧିକ ବ୍ୟକ୍ତି କିଣୁଥିବା ଜଣାପଡିିଛି । ନିଶା ମାଫିଆମାନେ ନକଲି ମଦ କାରଖାନା କରିବା ପାଇଁ ସହରର ବସ୍ତି ଅଞ୍ଚଳକୁ ପ୍ରମୁଖ ସୁରକ୍ଷା ସ୍ଥ୍ଳୀ ଭାବେ ବାଛି ନେଇଛନ୍ତି । ସେଠାରେ ଘର ଭଡ଼ା ନେଇ ଏଭଳି ନକଲି ମଦ ପ୍ରସ୍ତୁତ କରୁଛି । ମଦ ପ୍ରସ୍ତୁତ କରିବା ପାଇଁ କିଛି ଯୁବକ ଏବଂ ମହିଳାଙ୍କୁ ସାମିଲ କରିଛନ୍ତି । ପୁଲିସ ଚଢଉ କଲେ ସେମାନେ ମହିଳାମାନଙ୍କୁ ଆଗକୁ ଛାଡୁଛନ୍ତି । ଯାହାଫଳରେ ପୁଲିସ ଏହି ଦୁନ ମଜୁରିଆ ଭାବେ କାମ କରୁଥିବା ମହିଳାଙ୍କୁ ଛାଡି ଦେଉଛି । ଏମାନଙ୍କୁ କିଭଳି ନକଲି ମଦ ପ୍ରସ୍ତୁତ ହେବ ସେମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇଛି । ରାଜଧାନୀର ସାଲିଆସାହି, ଧରୁକୁଟୀ ବସ୍ତିି, ଗାଡ଼କଣ, ଭରତପୁର, ପଳାଶୁଣି, ଲକ୍ଷ୍ମୀସାଗର, ହଳଦୀ ପଡିଆ । ଆଦି ଅନେକ ବସ୍ତିରେ ଏହି ନକଲି ମଦ ପ୍ରସ୍ତୁତ ହେଉଛି । ଏହାସହ ଅନେକ ନିଶା ମାଫିଆ ରାଜଧାନୀ ଉପକଣ୍ଠରେ ମଧ୍ୟ ଏଭଳି ନକଲି ମଦ କାରଖାନା କରିଛନ୍ତି । ଯାହାକି ପୁଲିସର ନଜର ସେମାନଙ୍କ ଉପରେ ପଡୁନି । ସେମାନେ ସହଜରେ ଏହାକୁ ପ୍ରସ୍ତୁତ କରି ହୋଟେଲ, ଢାବାରେ ବିକ୍ରି କରୁଛନ୍ତି ।
କିଭଳି ହେଉଛି ନକଲି ମଦ ପ୍ରସ୍ତୁତ:
ନିଶା ମାଫିଆମାନେ ନିଜ ପିଲା ଲଗାଇ ଏକାଧିକ ମଦ ବୋତଲ ସଂଗ୍ରହ କରୁଛନ୍ତି । ଏହାକୁ ସଫା କରିବା ପରେ ସ୍ପିରିଟ୍ ସହ ପାଣି ମିଶାଉଛନ୍ତି । ସେଥିରେ ରଙ୍ଗ ଏବଂ ବାସ୍ନା ଦେବା ପାଇଁ ଏକ ଲିକୁ୍ୟଇଡ୍ ବ୍ୟବହାର କରୁଛନ୍ତି । ମଦ ପ୍ରସ୍ତୁତ ହେବା ପରେ ଏଥିରେ ନୂଆ ଠିପି ଲଗାଇବା ସହ ଲୋଗୋ,ଏବଂ ସିଲ୍ ମାରି କାର୍ଟୁନ୍ରେ ଭର୍ତ୍ତି କରୁଛନ୍ତି । ଆହୁରି ମଧ୍ୟ ସ୍ପିରିଟ୍ ନଥିଲେ ନିଶା ମାଫିଆମାନେ ହୋମିଓପାତି ପାଣି ଏବଂ ୟୁରିଆ ଆଦି ଅନ୍ୟାନ ସାମଗ୍ରୀ ମିଶାଇ ମଦ ପ୍ରସ୍ତୁତ କରୁଛନ୍ତି ।
କଲିକତାରୁ ଆସୁଛି ମଦ ପ୍ରସ୍ତୁତ ସାମଗ୍ରୀ:
ମଦ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ଏକାଧିକ ସାମଗ୍ରୀ କଲିକତାରୁ ଆସୁଛି । ବିଶେଷ କରି ମଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସ୍ପିରିଟ୍,ଷ୍ଟିକର, ରଙ୍ଗ, ଠିପି ଏବଂ ବାସ୍ନା ପାଇଁ ବ୍ୟବହାର ହେଉଥିବା ସ୍ପିରିଟ୍ ଆଦି କଲିକତାରୁ ଆସୁଛି । କଲିକତାର ନିଶା ମାଫିଆମାନେ ଏହାକୁ ସ୍ଥଳପଥ ଦେଇ ପଠାଉଛନ୍ତି । ଏଠାକୁ ଆସିବା ପରେ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ବିଶେଷ କରି କଲିକତାରୁ ଆସୁଥିବା ନାଇଟ୍ ବସ୍ରେ ଏହି ସାମଗ୍ରୀ ଆସୁଛି । ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ନିଶା ମାଫିଆର ପିଲା ଠିକଣା ସ୍ଥାନକୁ ନେଇଯାଉଛି ।
ଢାବାରେ ନକଲି ମଦର ଚାହିଦା:
ନିଶା ମାଫିଆ ପ୍ରସ୍ତୁତ କରୁଥିବା ନକଲି ମଦର ଚାହିଦା ସହରର ବିଭିନ୍ନ ଢାବାରେ ରହିଛି । କାରଣ ଢାବାକୁ ଖାଇବାକୁ ଆସୁଥିବା ଲୋକେ ଶସ୍ତାରେ ମଦ ପିଉଛନ୍ତି । ରାତି ୯ଟା ପରେ ମଦ ଦୋକାନ ବନ୍ଦ ହୋଇଯାଉଛି । ଯେଉଁଥି ପାଇଁ ଅନେକ ମଦୁଆ ଢାବା ଏବଂ ହୋଟେଲରୁ ନକଲି ମଦ କିଣି ପିଉଛନ୍ତି । ଯାହାଫଳରେ କାମ୍ ଟଙ୍କାରେ ନକଲି ମଦ ପାଇ ପିଉଛନ୍ତି ।
ସଜା ହାଜର ଖୁବ୍ କମ୍:
ରାଜଧାନୀରେ ପୁଲିସ ଏବଂ ଅବକାରୀ ବିଭାଗର ଚଢଉ କରି ଏକାଧିକ ମଦ ମାଫିଆମାନଙ୍କୁ ଗିରଫ କରୁଛି । ହେଲେ ସେମାନେ ଜାମିନ୍ରେ ଆଦି ପୁଣି ବ୍ୟବସାୟ କରୁଛନ୍ତି । ମୁଖ୍ୟ କାରଣ ହେଲା ସେମାନଙ୍କୁ କୋର୍ଟରେ ସଜା ହେବା ଭଳି ପ୍ରମାଣ ପୁଲିସ ଦେଇ ପାରୁନି । ପୁଲିସ ହାତ ଗୁଞ୍ଜା ନେଇ ପୂର୍ବରୁ ଜବତ କରିଥିବା ମଦ ପରିମାଣ କୋର୍ଟରେ ସ୍ୱଳ୍ପ ଦେଖାଉଛି । ଯେଉଁଥି ପାଇଁ ମାଫିଆମାନେ ସହଜରେ କୋର୍ଟରୁ ଖସି ଯାଉଛନ୍ତି ।