ସୁସ୍ଥ ଅଛନ୍ତି ନବୀନ : ପ୍ରେମ

ସୁସ୍ଥ ଅଛନ୍ତି ନବୀନ : ପ୍ରେମ

ଭୁବନେଶ୍ୱର: ନବୀନ ସୁସ୍ଥ ଅଛନ୍ତି  । ଟିକେ ଚଲାବୁଲା କରୁଛନ୍ତି  । ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଏହା କହିଛନ୍ତି  । ନବୀନ ଏବେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିିତ୍ସିତ ହେଉଛନ୍ତି  ।  ପ୍ରେମ କହିଛନ୍ତିଯେ, ମୁଁ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ  । ନବୀନଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି  । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି  । ସେ ଅଳ୍ପ ଚଲାବୁଲା କରିପାରୁଛନ୍ତି  । ସେ ଆଜି ନିଜେ ବାଥରୁମ୍ ମଧ୍ୟ ଚାଲିଚାଲି ଯାଇଥିଲେ  । ଓଡ଼ିଶାବାସୀଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି  । ଆପଣମାନଙ୍କ ଶୁଭେଚ୍ଛାରେ ଖୁବଶୀଘ୍ର ନବୀନ ସୁସ୍ଥ ହୋଇଯିବେ ବୋଲି ସେ କହିଛନ୍ତି  । ଗତକାଲି ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର ଅପରେସନ୍ ଦୁଇଘଣ୍ଟା ଧରି ଚାଲିଥିଲା  । ସ୍ପାଇନ୍ ସ୍ପେସିଆଲିଷ୍ଟ ଡାକ୍ତର ରାଜଶେଖର ଅପରେସନ୍ କରିଥିଲେ  । ଏସିଆନ ହାର୍ଟ ଇନଷ୍ଟିଚୁ୍ୟଟର ବିଶେଷଜ୍ଞମାନେ ମଧ୍ୟ ଅପରେସନ୍ରେ ସହଯୋଗ କରିଥିଲେ  । ଅପରେସନ୍ ବେଳେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ମଧ୍ୟ ଉପସ୍ଥିତ ଥିବା ଜାଣିବାକୁ ମିଳିଛି  ।