ବଦଳିଲା ନବୀନ ପଟ୍ଟନାୟକଙ୍କ ପ୍ରୋଫାଇଲ ଷ୍ଟାଟସ୍
ବଦଳିଗଲା ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏହାକୁ ବଦଳାଇ ଦେଇଛନ୍ତି। ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ। ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଉଭୟ ଇନଷ୍ଟାଗ୍ରାମ ଓ ଏକ୍ସରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି । ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି।