ଘରକୁ ଫେରିଲେ ବିଜେଡ଼ି କର୍ମୀ
ଟମକା: ବୁଧବାର ବିଜେପିରେ ସାମିଲ୍ ହୋଇଥିବା ବିଜେଡି କର୍ମୀ ୧୨ ଘଣ୍ଟା ନ ପୁରୁଣୁ ନିଜ ଘରକୁ ଫେରିଛନ୍ତି । ଏନେଇ କିଆଝର ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ମହାପାତ୍ର ଓ କିଆଝର ପଞ୍ଚାୟତ ପୂର୍ବତନ ସରପଞ୍ଚ ଦ୍ୱାରୀକାନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳ ଛାଡି ଯାଇଥିବା ଉମାକାନ୍ତ ତନ୍ତୀ, ରାମ ମୁଣ୍ଡା, ବଳରାମ ଦାସ୍, ଜୁହାନ ପୂର୍ତ୍ତି, ଶୁକଦେବ ଦେହୁରୀ, ସହଦେବ ତନ୍ତୀ, ଜାଣ୍ଡୁକା ସିଦ୍ଧୁ ପ୍ରମୁଖ ବିଜେଡି ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଉପସ୍ଥିତ ନେତା ମାନେ ଦଳୀୟ ଉତରୀୟ ଦେଇ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଯୁବନେତା ଦିଲ୍ଲୀପ କୁମାର ପ୍ରଧାନ, ଜ୍ଞାନରଞ୍ଜନ ମହାପାତ୍ର, ନୃପମଣୀ ଦାସ, ମଦନ ତନ୍ତୀ, ମଦନ ମୋହନ ଦାସ, କିଶାନ ମୁଣ୍ଡା, ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।