ନବୀନଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୭୯

ନବୀନଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୭୯

 ଭୁବନେଶ୍ୱର : ୨୦୧୯ରେ ବିଜେପିର ମିଶନ ଥିଲା ୱାନ ଟ୍ୱେଂଟି  । ହେଲେ ୧୪୭ ଆସନରେ ଶଙ୍ଖ ସହ ପଦ୍ମଫୁଲ ଲଢେ଼ଇ କରିପାରିନଥିଲା  । ୧୦୨ ଆସନରେ ହିଁ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଥିଲେ  । ସେଥିମଧ୍ୟରୁ ୮୧ଟି ଆସନରେ ବିଜେଡ଼ି ଜିତିଥିବାବେଳେ ବାକି ଆସନ ବିଜେପି ଖାତାକୁ ଯାଇଥିଲା  । ପରିସଂଖ୍ୟାନକୁ ଅନୁଶୀଳନ କଲେ ବିଜେଡ଼ି-ବିଜେପି ଲଢେ଼ଇରେ ବିଜେଡ଼ିର ଷ୍ଟ୍ରାଇକ ରେଟ ୭୯ ରହିଛି  । ଅର୍ଥାତ ୭୯% ଆସନରେ ବିଜେଡ଼ି ଜିତିଥିବାବେଳେ ୨୧% ଆସନରେ ବିଜେପିକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା  । ପାରଳାଖେମୁଣ୍ଡିରେ ବିଜେପି ସହ ସ୍ୱାଧୀନ ଓ ମାଲକାନାଗିରିରେ ବିଜେପି ସହ କଂଗ୍ରେସର ହିଁ ଲଢେ଼ଇ ହୋଇଥିଲା  ।
୨୦୧୯ରେ ରାଜ୍ୟରେ ବିଜେପିର ହାୱା ବି ବହୁଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଚାର ଓ ରଣନୀତିର ମଙ୍ଗ ଧରିଥିଲେ  । ୨୦୧୭ ପଞ୍ଚାୟତ ନିର୍ବାଚନ ଭଳି ବିଜେପି ସାଧାରଣ ନିର୍ବାଚନରେ ଝଟକା ଦେବବୋଲି କେତେକ ରାଜନୀତିକ ସମୀକ୍ଷକ ମତପୋଷଣ କରୁଥିଲେ  । ହେଲେ ନବୀନଙ୍କ ଶଙ୍ଖନାଦରେ ପଦ୍ମଫୁଲର ପାଖୁଡ଼ା ଝଡ଼ିଯାଇଥିଲା  । ୨୦୨୪ରେ ବିଜେଡ଼ି ରେକଡର଼୍ ମାର୍ଜିନ ଓ ତିନି ଚତୁର୍ଥାଂଶ ଆସନରେ ଜିତିବ ବୋଲି ଆକଳନ କରିଛି  । ସେପଟେ ବିଜେପି ଏଥର ସରକାର ଗଢ଼ିବ ବୋଲି ମଧ୍ୟ ବାହାସ୍ଫୋଟ ମାରିଛି  ।
ଏବେ ୨୦୧୯ର ସ୍ଥିତି ଉପରେ ଟିକେ ନଜର ପକାଇବାର ଆବଶ୍ୟକତା ରହିଛି  ।