ବିଜେଡ଼ିର ଇସ୍ତାହାର କମିଟି
ବିଜେଡ଼ି ଆଜି ଇସ୍ତାହାର କମିଟିର ଉପାଧ୍ୟକ୍ଷ ଓ ସଭ୍ୟଙ୍କ ନାମ ଘୋଷଣା କରିଛି । ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ଅଛନ୍ତି । ସେହିପରି ଡକ୍ଟର ଅମର ପଟ୍ଟନାୟକ ଆବାହକ ଥିବାବେଳେ ସହ ଆବାହକ ଅଛନ୍ତି ଡକ୍ଟର ସସ୍ମିତ ପାତ୍ର । ସୁଶାନ୍ତ କୁମାର ମହାପାତ୍ର, ସ୍ୱପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ପ୍ରବାସୀ ଓଡ଼ିଶା ବିଶେଷଜ୍ଞ ସଭ୍ୟ ଥିବାବେଳେ ଅତନୁ ସବ୍ୟସାଚୀ ନାୟକ, ଅଚ୍ୟୁତ ସାମନ୍ତ, ଅରୁଣ କୁମାର ସାହୁ, ସନ୍ତୃପ୍ତ ମିଶ୍ର, ସଂଜୟ ଦାସବର୍ମା, ସ୍ନେହାଗିନୀ ଛୁରୀଆ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ନିଜାମୁଦ୍ଦିନ, ତନ୍ମୟ ସ୍ୱାଇଁ, ଜ୍ୟୋସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଂଜିତ ମହାନ୍ତି, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ ଓ କିଶୋର ଦେବତା ପ୍ରମୁଖ ସଭ୍ୟ ରହିଛନ୍ତି ।