ସିଭିଲ୍ ସର୍ଭିସ୍ ପାଇଁ କ୍ୟାକ୍ସ୍ର ମାର୍ଗଦର୍ଶନ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ (କେଜିଆର)ର ପ୍ରଶାସନିକ ସେବା ନିମନ୍ତେ ଥିବା ଶିକ୍ଷାନୁଷ୍ଠାନ କଳିଙ୍ଗ ଏକାଡେମୀ ଅଫ୍ ସିଭିଲ୍ ସର୍ଭିସେସ୍ (କ୍ୟାକ୍ସ୍) ତରଫରୁ ସିଭିଲ ସର୍ଭିସ୍ ପାଇଁ ଏକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଯାଜପୁର ରୋଡ ସ୍ଥିତ ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ୟାକ୍ସର ଯାଜପୁର ସେଣ୍ଟର ପକ୍ଷରୁ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ଏବେ ଠାରୁ ପ୍ରସ୍ତୁତ ହେବା ନିମନ୍ତେ ତଥା ସିଭିଲ ସର୍ଭିସ୍ ପ୍ରତି ସେମାନଙ୍କର ଆଗ୍ରହ ବଢ଼ାଇବା ପାଇଁ କାହ୍ନୁଚରଣ ଡିଗ୍ରୀ ମହାବିଦ୍ୟାଳୟ ପରେ ଯାଜପୁର ରୋଡ ସ୍ଥିତ ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଗ୍ରାଜୁଏସନ୍ ପରେ କିପରି ସଠିକ୍ କ୍ୟାରିୟର ବାଛି ପାରିବେ, ବିଶେଷ କରି ସିଭିଲ୍ ସର୍ଭିସ୍ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଆୟୋଜିତ ହୋଇ ଯାଇଛି । କ୍ୟାକ୍ସ୍ରେ ସିଭିଲ୍ ସର୍ଭିସ୍ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଆଇଜିଏମର ଛାତ୍ରଛାତ୍ରୀ ମାନଙ୍କ ସହ ସେମାନଙ୍କର ସିଭିଲ୍ ସର୍ଭିସ୍ ପରୀକ୍ଷାର ସମ୍ପୂର୍ଣ୍ଣ ଅନୁଭବ ବିଷୟରେ ଆଲୋଚନା କରିବା ଏବଂ ଜଣେ ପ୍ରଶାସନିକ ଅଧିକାରୀ ହେବା ନିମନ୍ତେ ନିଜକୁ କିପରି ବର୍ତମାନ ଠାରୁ କିପରି ପ୍ରସ୍ତୁତ କରିବେ ସେ ଦିଗରେ ପ୍ରୋତ୍ସାହିତ କରିଥିଲେ । ଆଇଜିଏମ ନୁହେଁ ଆଗାମୀ ଦିନରେ ଯାଜପୁର ଜିଲାର ସମସ୍ତ କଲେଜ ଗୁଡିକରେ ଏହିପରି ମାର୍ଗଦର୍ଶନ କାର୍ଯ୍ୟକ୍ରମ କରାଯିବ ଏବଂ ଆବଶ୍ୟକ ପଡିଲେ ଆର୍ଥôକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ବିନା ଦେୟରେ କେଜିଆଇ ଶିକ୍ଷାଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ପ୍ରକାଶ କରିଛନ୍ତି । ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରନôାକର ଜେନାଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ କ୍ୟାକ୍ସ୍ ତରଫରୁ ପ୍ରକାଶ କୁମାର ସାହୁ, ଶାଶ୍ୱତୀ ପ୍ରିୟଦର୍ଶିନୀ ବିଶ୍ୱାଳ, ମୁସ୍କାନ ସ୍ୱାଇଁ, କିଶୋର କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।