ବନ୍ଦ ହେଲା ନବୀନ ସରକାରଙ୍କ ‘ନୂଆ-ଓ’

ବନ୍ଦ ହେଲା ନବୀନ ସରକାରଙ୍କ  ‘ନୂଆ-ଓ’

ଭୁବନେଶ୍ୱର: ରାଜ୍ୟରେ ଏବେ ବିଜେପି ସରକାର । ବିଜେଡି ସରକାର କରିଥିବା ବିଭିନ୍ନ ଯୋଜନାକୁ ବନ୍ଦ କରିବାରେ ଲାଗିଛନ୍ତି ରାଜ୍ୟର ନୂଆ ସରକାର । ଏହି କ୍ରମରେ ନବୀନ ସରକାରଙ୍କ ‘ନୂଆ-ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି ମୋହନ ସରକାର । 

ତେବେ ଏବେ ଆରମ୍ଭ ହେବ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ରାଜ୍ୟ ସରକାର ଚଳିତ ବର୍ଷ ଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ ।  ଯୋଜନାର ନିଦେ୍ର୍ଧଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।