ଏପ୍ରିଲ୍‌ ୧ରୁ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର : ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଓଡ଼ିଶା ଦିବସକୁ ବେଶ୍‌ ଆଡ଼ମ୍ବର ସହିତ ପାଳନ କରାଯିବ। ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ୧ ତାରିଖରେ ରାଜ୍ୟ, ଜିଲା ଏବଂ ଉପଖଣ୍ଡସ୍ତରରେ ‘ଓଡ଼ିଶା ଦିବସ’ ପାଳନ କରାଯିବ। ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ୨ ତାରିଖରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ହେବ।