ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଶୋକସଭା
ରାଜକନିକା : ପୂର୍ବତନ ବିଧାୟକ ପ୍ରିୟ ଜନନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ପଶ୍ଚିମ କନିକାର କଣ୍ଡିଆହାଟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଦୁର୍ଯ୍ୟଧନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଦେବେନ୍ଦ୍ର ଶର୍ମାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ନୀରବ ପ୍ରାର୍ଥନା କରାଯାଇଥିଲା । ପରଲୋକଗତ ପୂର୍ବତନ ବିଧାୟକଙ୍କ ଜନଭାଗିଦାରୀତା, ଲୋକ ବତ୍ସଳତା, ସାମଗ୍ରିକ ଭାବରେ ଆଞ୍ଚଳିକ ଉନ୍ନତି, ଲଢୁଆ ମନୋଭାବ ଆଦି ବିଶେଷ ଅତି ମାନବୀୟ ନେତୃତ୍ୱର ଗୁଣ ସ୍ମରଣ କରି ତମାମ. ଜିଲ୍ଲାରେ ଏଭଳି ଜଣେ ଯୋଗଜନ୍ମା ନେତାଙ୍କ ବିୟୋଗରେ ବିଭିନ୍ନ ବକ୍ତା ଭିନ୍ନ ଭିନ୍ନ ସ୍ମୃତି ର ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ବିଶାଳ ସ୍ମୃତିଚାରଣରେ ପିସିସି ସଦସ୍ୟ ବାବୁରାମ ଜେନା, ଜୋନ କଂଗ୍ରେସ ସଭାପତି ଅଜୟ ଦାସ, କମୁ୍ୟନିଷ୍ଟ ନେତା ସୁଧୀର ମହାନ୍ତି, ବିଧାନ ଦାସ, ପୂର୍ବତନ କଂଗ୍ରେସ ସଭାପତି ଶ୍ରୀନିବାସ ପ୍ରଧାନ, ମୁରଲୀଧର ନାୟକ, ବିଦ୍ୟାଧର ବରଜ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମୁରଲୀଧର ବେହେରା, ସନ୍ତୋଷ ମଳିକ, ସମିତି ସଭ୍ୟ ଶରତ ରାଉତ, ସରପଞ୍ଚ ସୀତାରାଣୀ ଦାସ, ଧିରେନ ଜେନା, ଦିବ୍ୟସିଂହ ରାଉତ, ସସ୍ମିତା ନାୟକ, ପରୀକ୍ଷିତ ପଢିହାରୀ, କଳାକାର ମାଝୀ, ଚକ୍ରଧର ପାଣ୍ଡବ, ମଧୁସୂଦନ ବାରିକ, ନିରଞ୍ଜନ ବେହେରା, ବିଦ୍ୟାଧର ଦାସ, ମିତ୍ରଭାନୁ ସାମନ୍ତସିଂହାର, ସରୋଜକାନ୍ତ ବଳ, ଶଶଧର ଦାସ, ସୂର୍ଯ୍ୟକାନ୍ତ ଦାସ, ଭଜହରି ଦାସ, କାଳନ୍ଦୀ ପରିଡା, ବ୍ରଜ କିଶୋର ରାଉତ, ମାୟାଧର ମଳିକ, ଦୁଃସାଶନ ସାହୁ, ବୃନ୍ଦାବନ ସାହୁ, ଜିତନ ଦାସ, ଜ୍ଞାନେନ୍ଦ୍ର ମଳିକ, ନୀଳମଣି ମଳିକ, ଗୋଦାବରୀଶ ଧଳ, ସାରଙ୍ଗଧର ସାହୁ, ଅଶ୍ୱନୀ ବିନ୍ଧାଣି, ରମାକାନ୍ତ ବାରିକ, କମଳ ଲୋଚନ ମହାପାତ୍ର, ନିତ୍ୟାନନ୍ଦ ସାହୁ, ପ୍ରେମାନନ୍ଦ ଦାସ, ଅଞ୍ଚଳ ମଳିକ, ତରୈଲୋକ୍ୟନାଥ ମଳିକ, ନିମାଇଁ ଚରଣ ମଳିକ, ମନୋଜ ପରିଡା, ହରେକୃଷ ମଳିକ, ଶିବରାମ ଦାସ, ଅୈତ ପ୍ରସାଦ ବାରିକ ବିଜୟ ସାମଲ, ଲୋତକବିନ୍ଦୁ ଦାସ, ପ୍ରଫୁଲ୍ଲ ସୂତାର ଓ ପ୍ରମିଳା ସାହୁ ପ୍ରମୁଖ ଉପସ୍ଥିତଥିଲେ ।