ଖୁବ୍ଶୀଘ୍ର ଆସୁଛି ଦର୍ପଣ !

ଦର୍ପଣ ଭିତରେ ଦିଶିବ ଏକ ଭୟଙ୍କର ଚେହେରା । ମଣିଷ ଭିତରର ରାକ୍ଷାସ ଚରିତ୍ର ପଦାକୁ ଫୁଟିଆସିବ । ଯାହାକୁ ଦେଖି ହଲରେ ସମସ୍ତେ ଥରିଯିବେ । ଭରପୁର କମେଡ଼ି ଓ ଡ୍ରାମା ବି ଦେଖିବାକୁ ମିଳିବ । ଏମିତି ଏକ ନିଆରା ରହସ୍ୟଭରା କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଆସିବ ‘ଦର୍ପଣ’ ।
ନିତିଦିନିଆ ଜୀବନରେ ଦର୍ପଣ ହିଁ ଦେଖାଏ ପ୍ରତିଛବି । ବେଳେବେଳେ ମଣିଷ ସାମନାରେ ଏହାକୁ ରଖିଦେଲେ ହୁଏତ ମୁହଁତଳେ ଲୁଚିଥିବା ଭିନ୍ନ ଏକ ଭୟଙ୍କର ରୂପ ସାମନାକୁ ଆସିଯାଇଥାଏ । ଏହିଭଳି ଏକ ରହସ୍ୟଭରା କାହାଣୀକୁ ଚଳଚ୍ଚିତ୍ରର ରୂପ ଦେଇଛନ୍ତି ସିନେମାର ନିର୍ଦ୍ଦେଶକ ଭରତ ପୁଷ୍ପରାଗ । ଯାହାର ନାଁ ରହିଛି ‘ଦର୍ପଣ’ । ଏହି ହରର୍ ଥ୍ରିଲର୍ କାହାଣୀ ବଡ଼ ପରଦାକୁ ଖୁବ୍ଶୀଘ୍ର ଆସିବାକୁ ଯାଉଛି । ପ୍ରଥମ ଥର ସାୟନ୍ ପ୍ରଡକ୍ସନ ହାଉସ୍ ବ୍ୟାନର୍ରେ ନିର୍ମାଣ ହୋଇଛି ପ୍ରଥମ ଓଡ଼ିଆ ହରର୍ ସହ ସାଇକୋ ଥ୍ରିଲର୍ ସିନେମା "ଦର୍ପଣ’ । ଯାହା ସିନେମା ଜଗତକୁ ଆସିବାକୁ ଯାଉଛି ।
ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ ଉପରେ ଆଧାରିତ । ଯେଉଁଥିରେ ହରର୍, ସସପେନ୍ସ ଓ ଫାମିଲି ଡ୍ରାମା ସହ ଭରପୁର କମେଡି ମଧ୍ୟ ରହିଛି । ଏହି ଚଳଚ୍ଚିତ୍ରରେ ନାୟକ ଭାବରେ ନଜର ଆସିବେ ଅଙ୍କିତ କୁମାର୍ । ଅଙ୍କିତଙ୍କ ବିପକ୍ଷରେ ଅଛନ୍ତି ସୁନ୍ଦରୀ ନାୟିକା ତୃପ୍ତି ମିରମ୍ବିକା । ଆଗରୁ ତୃପ୍ତି ଓ ଅଙ୍କିତ୍ ବହୁ ସାରା ସିନେମା ସହ ବଡ ପରଦାରେ ବି ଅଭିନୟ କରିସାରିଛନ୍ତି । ଏହି ଦର୍ପଣ ସିନେମା ମାଧ୍ୟମରେ ଏ ଦୁହିଁଙ୍କୁ ଦମଦାର ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ । ଏତଦବ୍ୟତୀତ ଏହି ସିନେମାରେ ନୂଆ ଓ ପୁରୁଣା ଉଭୟ କଳାକାରମାନଙ୍କୁ ଆପଣ ଦେଖିବାକୁ ପାଇବେ । ହିରନ୍ମୟୀ, ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ, ଲଲାଟ, ପ୍ରଜ୍ଞା, ଏମିତି ବହୁତ୍ କଳାକାରଙ୍କୁ ଦେଖିବାକୁ ମିଳିବ ।
ଏହି ଚଳଚ୍ଚିତ୍ରର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଦିଲ୍ଲୀ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଭରତ ପୁଷ୍ପରାଗ ।
ଟେକ୍ନିକାଲ ସପୋର୍ଟ ଭାବେ ଡାଇରେକ୍ଟର ଆନନ୍ଦ କୁମାର ଦାୟିତ୍ୱ ନେଇଛନ୍ତି । ସିନେମା ‘ଦର୍ପଣ’ର ସୁଟିଂ ଓଡ଼ିଶା ସମେତ ଓଡିଶା ବାହାରେ ମଧ୍ୟ୍ୟ ବିଭିନ୍ନ ସ୍ଥାନରେ ହେଉଛି । ଯେମିତିକି ବଲାଙ୍ଗୀର, ଖୋର୍ଦ୍ଧା, ଭୁବନେଶ୍ୱର, ନରଣଗଡ, ନେପାଳ, ମିରିକ୍ ଓ ଦାର୍ଜିଲିଂ ପରି ଅନେକ ସ୍ଥାନ । ଦର୍ପଣ ଚଳଚ୍ଚିତ୍ରରେ ମ୍ୟୁଜିକ୍ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ ଟୁନୁ ପଟ୍ଟନାୟକ ଏବଂ ଏହି ସିନେମାରେ ବହୁତ ବଡ଼ ବଡ଼ କଣ୍ଠ ଶିଳ୍ପୀମାନେ ମଧ୍ୟ କଣ୍ଠଦାନ କରିଛନ୍ତି । ଅସୀମା ପଣ୍ଡା, ହ୍ୟୁମାନ୍ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ନଭ୍ୟାଙ୍କ ସ୍ୱର ଏହି ଫିଲ୍ମର ଗୀତରେ ଶୁଣିବାକୁ ମିଳିବ । ଏହାର ସଂଳା ଲେଖିଛନ୍ତି ଜମେଶ ଶୁକ୍ଳା ଓ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ । ଏନେଇ ନିର୍ଦ୍ଦେଶକ କହିଛନ୍ତିଯେ, ଏହି ଚଳଚ୍ଚିତ୍ରଟି ସବୁ ବର୍ଗର ଲୋକଙ୍କ ମନକୁ ନିଶ୍ଚୟ ଛୁଇଁ ପାରିବ । ଏହାଛଡା ‘ଦର୍ପଣ’ ଚଳଚ୍ଚିତ୍ରରେ ଦର୍ଶକମାନେ ନିହାତି ଭାବରେ କିଛି ଭିନ୍ନ ଦେଖିବାକୁ ପାଇବେ ଏବଂ ଏହା ନିଶ୍ଚୟ ଏକ ଭିନ୍ନ ସ୍ୱାଦ ସିନେ ଜଗତକୁ ଭେଟି ଦେବ ବୋଲି ପୁଷ୍ପରାଗ ଆଶା ରଖିଛନ୍ତି ।
ଉପସ୍ଥାପନା : ରଶ୍ମିତା ବେହେରା