ଗୁରୁ ଓ ସଦଗୁରୁ
ଭଗବତ ତତ୍ତ୍ୱ ଜାଣି ନଥିବା ବ୍ୟକ୍ତିକୁ ଭଗବାନ ସହଜରେ ପ୍ରତୀୟମାନ ହୋଇ ନଥାନ୍ତି । ଆପଣା ସୃଷ୍ଟିର ଏହି ଅଜ୍ଞତା ଦୂର କରିବା ପାଇଁ ଭଗବାନ ଗୁରୁ ରୂପରେ ଆବିର୍ଭୂତ ହୁଅନ୍ତି । ସୃଷ୍ଟିକର୍ତ୍ତା ଈଶ୍ୱର ବ୍ରହ୍ମା ରୂପରେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପରେ ପାଳନ କରନ୍ତି ଏବଂ ରୁଦ୍ର ରୂପରେ ସଂହାର କରନ୍ତି । ଏହି ତିନି ରୂପର ସମ୍ମିଳିତ ଶକ୍ତି ହିଁ ଗୁରୁ । ଅଜ୍ଞାନ ନେତ୍ରରେ ଜ୍ଞାନର ଅଂଜନ ଦେଇ ସେ ଜଣାଇ ଦିଅନ୍ତି ଜୀବନର ସାର୍ଥକତା କ'ଣ? ପ୍ରସିଦ୍ଧ "ସ୍କନ୍ଦ ପୁରାଣ' ଅନୁଯାୟୀ "ଗୁରୁ ବ୍ରହ୍ମା ଗୁୁରୁ ବିଷ୍ଣୁ ଗୁରୁଦେବୋ ମହେଶ୍ୱର ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶୀ୍ରଗୁରବେ ନମଃ' । ଅର୍ଥାତ୍ ଗୁରୁ ହେଲେ ସ୍ୱୟଂ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଅବତାର । ପୁଣି ସେ ହେଉଛନ୍ତି ଚରମ ସତ୍ତା ପରମ ବ୍ରହ୍ମଙ୍କ ପରିପ୍ରକାଶ । ଗୁରୁ ନିଜର ଶିଷ୍ୟ ବା ଅନୁଗାମୀମାନଙ୍କୁ ଭଗବତ୍ ସତ୍ତାର ନିକଟବର୍ତ୍ତୀ କରାଇଥାନ୍ତି । ଗୁରୁ ଅଜ୍ଞାନତା ରୂପୀ ଅନ୍ଧକାର ମଧ୍ୟରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥାନ୍ତି । ରାମକୃଷ୍ଣ ପରମହଂସ କହୁଥିଲେ, ପ୍ରକୃତ ଗୁରୁ ପୂର୍ଣ୍ଣ ପ୍ରସ୍ଫୁଟିତ ସୁଗନ୍ଧିତ ପୁଷ୍ପ ପରି ଯାହା ନିକଟକୁ ଆପେ ଆପେ ଆକର୍ଷିତ ହୋଇଥାନ୍ତି ମଧୁମକ୍ଷିକା ଦଳ । ପୁଣି ସେ ହେଉଛନ୍ତି ମିଷ୍ଟାନ୍ନ ପରି ଯେଉଁ ଆଡ଼କୁ ଆକୃଷ୍ଟ ହୋଇଥାନ୍ତି ପିପୀଲକ ପିପୀଲିକା । ଗୁରୁଙ୍କ ମହକ ବା ଜ୍ଞାନ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି । ଯିଏ ଉପାର୍ଜନ ନିମନ୍ତେ ଶିଷ୍ୟ ଖୋଜିବୁଲେ ବା ଲୋଭ ଦେଖାଇ ଅନ୍ୟକୁ ଦୀକ୍ଷିତ କରାଏ ସେ ଗୁରୁ ନୁହେଁ । ପୁଣି ଗୁରୁ ଯେ ଜଣେ ମଣିଷ ହେବ ତାହା ମନେ କରିବା ସୁଦ୍ଧା ଭ୍ରମାତ୍ମକ । ଦତ୍ତାତ୍ରେୟ ମାଟି, ପାଣି, ପବନ ଆଦିଙ୍କୁ ଗୁରୁ ଭାବେ ଗ୍ରହଣ କରିଥିଲେ । ଅର୍ଥାତ୍ ଯେଉଁ ଠାରୁ ଶିକ୍ଷା ମିଳେ ତାହା ମଧ୍ୟ ଗୁରୁ । ପୁସ୍ତକରୁ ବି ଗୁରୁ କୁହାଯାଇପାରେ । ସମସ୍ତ ମହତ୍ ବାଣୀ ଉପନିଷଦ, ଗୀତା, ରାମାୟଣ, ମହାଭାରତ ମଧ୍ୟରେ ଗଛିତ । ବିଶିଷ୍ଟ ଗୁରୁମାନେ ଏସବୁକୁ ବୋଧଗମ୍ୟ ଭାଷାରେ ଅନୁବାଦ କରିଛନ୍ତି । ଏସବୁ ପଢ଼ି ମଧ୍ୟ ଗୁରୁବାଣୀ ଅନୁଭବ କରାଯାଇପାରେ ।
ଗୁରୁ, ଶାସ୍ତ୍ର ମାର୍ଗ ଦେଖାଇ ସଂକାମୋଚନ କରିଦିଅନ୍ତି ଏବଂ ଜୀବନର ପରମଗତି ପାଇଁ ପଦପ୍ରଦର୍ଶନ କରିଥାଆନ୍ତି । ସାଧନା ଓ ଅନୁଭୂତିର ଆଲୋକବର୍ତ୍ତିକା ଧରି ଶିଷ୍ୟକୁ ଚାଲିବାକୁ ହେବ । ତେବେ ଯାଇ ଗୁରୁ ଗ୍ରହଣ କରିବାର ସୁଫଳ ଆପେ ଆପେ ହାତ ପାହାନ୍ତାରେ ପହଞ୍ଚô ପାରିବ ।
ଦେବଦତ୍ତ ବିଶ୍ୱାଳ,ମୋ: ୯୮୬୧୯୪୪୫୯୪