ଗ୍ରାମାଞ୍ଚଳରେ ସମବାୟକୁ ସଶକ୍ତ କରିବାକୁ ହେବ ଉଦ୍ୟମ

 ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର:  ସମବାୟ ଅନୁଷ୍ଠାନମାନଙ୍କର ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳରେ ସମବାୟ ସମିତିକୁ ମଜବୁତ କରିବା ଉଦେ୍ଦଶ୍ୟରେ ସମବାୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ସଫଳତାର ସହ ଶେଷ ହୋଇଛି  । ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ଏହାକୁ ଉଦ୍ଘାଟନ କରିଥିବା ବେଳେ ସମବାୟ ମନ୍ତ୍ରାଳୟର ଶାସନ ସଚିବ ଡ ଆଶିଷ କୁମାର ଭୁଟାନୀ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ  । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବୈଠକକୁ ସମ୍ବୋଧନ କରି କହିଥିଲେ ଯେ, ସମବାୟ ସମିତି ଏଭଳି ସଶକ୍ତ ହେବା ଜରୁରୀ ଯେଉଁଠି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରିବ  । ତୃଣମୂଳସ୍ତରରେ ଦୃଢ ସଂଗଠନ ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିବା ସହ ଗୁଣାତ୍ମକ ଇନପୁଟ୍, ଷ୍ଟୋରେଜ୍ ଷ୍ଟ୍ରକଚର, ପ୍ରକ୍ରିୟାକରଣ ସୁବିଧା, ଋଣ ସୁବିଧା ଏବଂ ବଜାର ସୁବିଧା ଭଳି ସମସ୍ତ ମୌଳିକ ଆବଶ୍ୟକତା ପୂରଣ ପାଇଁ ଜାତୀୟ ଅନୁଷ୍ଠାନମାନେ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ  ।  ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ତିନୋଟି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରେ ପହଞ୍ଚାଇବା ପାଇଁ ଜାତୀୟ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା  । ପ୍ରମୁଖ କାର୍ଯ୍ୟକ୍ରମଗୁଡିକ ହେଲା ୨ ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିକୁ ସଶକ୍ତ କରିବା, ଦଗ୍ଧ ଓ ମସô୍ୟ ସମବାୟ ସମିତି, ଶ୍ୱେତ ବିପ୍ଲବ ୨.୦ ପାଇଁ ଏସ୍ଓପି ପ୍ରସ୍ତୁତି ଏବଂ ସମବାୟ ମଧ୍ୟରେ ସହଯୋଗ  । ସରକାରଙ୍କ ପ୍ରଥମ ୧୦୦ ଦିନରେ ସମବାୟ ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ଦଶଟି ପଦକ୍ଷେପ ମଧ୍ୟରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀରେ ଏହି ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ  । ଜିଡିପିରେ ଯୋଗଦାନ କ୍ଷେତ୍ରରେ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି ବୋଲି ସମବାୟ ମନ୍ତ୍ରାଳୟର ଶାସନ ସଚିବ ଡ ଆଶିଷ କୁମାର ଭୁଟାନି ସୂଚନା ଦେଇଛନ୍ତି  ।