କ୍ୟାମ୍ପସରେ ସଫେଇ ଅଭିଯାନ
ଭବାନୀପାଟଣା : ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କ୍ୟାମ୍ପସ ସଫେଇ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ ପାର୍ଶ୍ୱରେ ଥିବା ଅଳିଆ ଆବର୍ଜନା ସଫା କରାଯାଇଛି । ପ୍ରତି ସପ୍ତାହରେ ସ୍କୁଲର ବିଭିନ୍ନ ସ୍ଥାନ, ହଷ୍ଟେଲ ଓ ମୁଖ୍ୟ ଫାଟକ ନିକଟକୁ ସଫା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବିଶ୍ୱବିଦ୍ୟାଳୟକୁ ତମାଖୁ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଛାତ୍ର ନେତା ମାନେ କହିଛନ୍ତି । କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗ, ମାନସ ରଞ୍ଜନ ସିନ୍ଦୂର, ଆଶୁତୋଷ ପୁଜାରୀ, ଅଂଶୁମାନ ନାଗ, ରୋହନ ମହାପାତ୍ର, ସୁରଜ ହରପାଲ, କୈଳାସ ଚନ୍ଦନ, ଆଦିତ୍ୟ ରାଉତ, ସୁମିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର ଓ ମୁ୍ୟନିସିପାଲଟି ୱାର୍ଡ ନଂ ୨ ର କାଉନସିଲର ଉତ୍ପଳ ଦାସ ସହଯୋଗ କରିଥିଲେ ।