୫ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

odisha congress

୫ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : ଆଜି କଂଗ୍ରେସ ୫ ସ୍ଥାନରେ ପ୍ରାର୍ଥୀ ବଦଳାଇଛି  । ୫ ବିଧାନସଭାରେ ଦଳ ପ୍ରାର୍ଥୀ ବଦଳାଇଥିବା ନେଇ ଘୋଷଣା କରିଛି  । ପୁରୀରୁ ସୁଜିତ ମହାପାତ୍ରଙ୍କ ବଦଳରେ ଉମା ବଲ୍ଲଭ ରଥ ପ୍ରାର୍ଥୀ ହେବେ  । ସେହିପରି ନୀଳଗିରି ବିଧାନସଭା ଆସନରୁ ଲଢ଼ିବେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ  । ଜଳେଶ୍ୱରରୁ ସୁଦର୍ଶନ ଦାସଙ୍କୁ ଟିକେଟ ମିଳିଛି  । ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯାଇଛି  । ଆଠଗଡ଼ରୁ ସୁଦର୍ଶନ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି  । ପୂର୍ବରୁ ଆଠଗଡ଼ ବିଧାୟକ ପ୍ରାର୍ଥୀ ଟିକେଟ ଫେରାଇ ଦେଇଥିଲେ  । ଆଠମଲ୍ଲିକରୁ ଲଢ଼ିବେ ହିମାଂଶୁ ଆଚାର୍ଯ୍ୟ  । ବରିରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ  ।