୧୦ ଜୁନ୍‌ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

Odisha Politics Narendra Modi

୧୦ ଜୁନ୍‌ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଜୁନ୍‌ ୬ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରାଯିବ  । ଜୁନ୍‌ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ  । ଶପଥ ଉତ୍ସବ ପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି  । ବ୍ରହ୍ମପୁରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

ସେ କହିଛନ୍ତିଯେ, ଜୁନ୍‌ ୪ରେ ବିଜେଡ଼ିର ଏକ୍ସପାଏରୀ ଡେଟ୍‌  । ବିଜେଡ଼ି ଅସ୍ତ ହୋଇଯାଇଛି  । ଲୋକମାନେ ବିଜେପି ଉପରେ ଆଶ୍ୱସ୍ତ ଅଛନ୍ତି  ।  ଆଗାମୀ ଓଡ଼ିଶାରେ ଭରପୂର ପାଣି, ଜମି, ଖଣି ବି ଅଛି  । ସମୁଦ୍ର ତଟ ବି ରହିଛି  । ଏତେ ଧନୀ ଓଡ଼ିଶାର ଲୋକମାନେ କାହିଁକି ଗରିବ ବୋଲି ସେ ପ୍ରଶ୍ନ କରିଛନ୍ତି  । ଉପା ସରକାର ଓଡ଼ିଶାକୁ ଧ୍ୟାନ ଦେଉନଥିଲେ  । କିନ୍ତୁ ଏନଡ଼ିଏ ସରକାର ଓଡ଼ିଶାକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଛନ୍ତି  । ବିଜେଡ଼ି ସରକାର କେନ୍ଦ୍ର ଯୋଜନା ଲାଗୁ କରୁନାହାନ୍ତି ଅଥବା ନିଜ ଷ୍ଟିକର ଲଗାଇ ଲୁଟପାଟ କରୁଛନ୍ତି ବୋଲି ସେ କହିଛନ୍ତି  ।