ସାମୁଦ୍ରିକ ଥାନା ଡ୍ରାଇଭର ସନ୍ତୋଷଙ୍କ ଆତ୍ମହତ୍ୟା
କାକଟପୁର : ଅସ୍ତରଙ୍ଗ ସାମୁଦ୍ରିକ ଥାନା ଡ୍ରାଇଭର ସନ୍ତୋଷ ସେଠୀ(୩୫) ଗତକାଲି ରାତିରେ ନିଜ ଘରେ ଆତ୍ମହତ୍ୟା କରି ମୃତୁ୍ୟ ଘଟିଛି । ଖବର ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ଓ ସାମୁଦ୍ରିକ ଥାନା ଅଧିକାରୀ ଅଚୁ୍ୟତାନନ୍ଦ ବେହେରା ପୁଲିସ୍ ଟିମ୍ ସନ୍ତୋଷ ଘର ରାଇବେରୁଆଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ସନ୍ତୋଷ କନେଷ୍ଟବଳ ଭାବେ ପୁଲିସରେ ଯୋଗଦେଇ ସାମୁଦ୍ରିକ ଥାନା ଗାଡି ଚଳାଉଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ସନ୍ତୋଷ ରାତିରେ ଘରକୁ ଯାଇ ତାଙ୍କ ପରିବାର ଓ ନିଜ ସ୍ତ୍ରୀଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ପରେ ସନ୍ତୋଷ ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ପ୍ରଘଟ ପରେ ଘଟଣା ସ୍ଥଳରେ ସାଧାରଣ ଲୋକ ରୁଣ୍ଡ ହେବା ଓ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ପଚରାଉଚରା କରି ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଶବ ଜବତ କରିବା ହସ ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି । ସ୍ଥାନୀୟ ଲୋକ ଓ ପୁଲିସର କହିବା ମୁତାବକ ପରିବାରରେ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା, ଏଥିଯୋଗୁ ସନ୍ତୋଷ ଆତ୍ମହତ୍ୟା କରିବା କୁହାଯାଉଛି । ଜଣେ ପୁଲିସ୍ ଡ୍ରାଇଭର ସାହସୀ ଓ ଧର୍ଯ୍ୟଶୀଳ ହୋଇଥିଲା ବେଳେ ସେ କାହିଁକି ଆତ୍ମହତ୍ୟା କଲା ଯାହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟିହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଓ ଫରେନସିକ୍ ଯାଞ୍ଚ ରିପୋର୍ଟ ମିଳିବା ପରେ ମୃତୁ୍ୟର ରହସ୍ୟ ଜଣାପଡିବ ବୋଲି ଆଶା କରାଯାଉଛି । ଘଟଣା ସମ୍ପର୍କରେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାହା ସମ୍ଭବ ହୋଇପାରିନୀ ।