ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମନ୍ତ୍ରୀ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚÿ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ ରଘୁରାମ ଆର ଆୟାରଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ବିଶେଷ କରି ଉପାନ୍ତ ଅଞ୍ଚଳରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା, ଉଚ୍ଚÿଶିକ୍ଷା ନିମିତ୍ତ ପ୍ରବେଶିକା ପରୀକ୍ଷାଗୁଡ଼ିକରେ କୃତକାର୍ଯ୍ୟ କରାଇବା ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଆଭାସୀ ମାଧ୍ୟମରେ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ । ଛାତ୍ରଛାତ୍ରୀମାନେ ବିନା କୌଣସି ଦେୟରେ ଏହାର ଲାଭ ଉଠାଇ ପାରିବେ । ଏଥିପାଇଁ ଇଂରାଜୀ, ସାଧାରଣ ଜ୍ଞାନ, ଗଣିତ, ରେଜୋନିଂ, କ୍ୱାଣ୍ଟିଟେଟିଭ୍ ଆପ୍ଟିଚୁ୍ୟଡ୍ ବିଷୟରେ ଜାଣିବା ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ଏହି ପରୀକ୍ଷା ଓଏମଆର୍ ସିଟ୍ କିମ୍ବା କମୁ୍ୟଟର ମାଧ୍ୟମରେ କରାଯିବ । ପରୀକ୍ଷାର ମାର୍କ ସାମ୍ସ ପୋର୍ଟାଲ୍ରେ ଅପଲୋଡ୍ କରାଯିବ । ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀମାନେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ତଥା ଚାକିରୀ କରିବାରେ ସକ୍ଷମ ହୋଇପାରିବେ । ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରଛାତ୍ରୀ ଲାଭବାନ ହୋଇପାରିବେ । ତେବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚÿ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।