"ସୌରଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ' 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଗୁରୁବାର କୃଷିଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ସବ୍ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲିବା ପ୍ରସ୍ତାବ ଉପରେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ତେବେ ବିଦୁ୍ୟତଚାଳିତ ଶୀତଳ ଭଣ୍ଡାର କମ୍ପାନୀ ଓ ଅନ୍ୟଟି ସୌରଚାଳିତ ଶୀତଳ ଭଣ୍ଡାର କମ୍ପାନୀ ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରିଥିଲେ । ଶୀତଳ ଭଣ୍ଡାରକୁ ସୌରଚାଳିତ କରିବା ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି । ସରକାର ତ୍ୱରାନ୍ୱିତ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେବା ସହ ଏହାର ସୁଯୋଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ପିପିପି ମୋଡ୍ରେ ଶୀତଳ ଭଣ୍ଡାରଗୁଡିକ କାର୍ଯ୍ୟକ୍ଷମ ହେବ । ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏହି ଅବସରରେ କହିଥିଲେ । ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ । ବୈଠକରେ କୃଷି ନିଦେ୍ର୍ଦଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିଦେ୍ର୍ଦଶକ ନିଖିଲ ପୱନ୍ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।