ମୁକୁଳା ହୋଇପଡ଼ିଛି ଡ୍ରେନ୍
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ସୁନାର ସୁକିନ୍ଦା ବିକାଶ ପାଇଁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଉଛି । ସାଧାରଣତଃ କାଳିଆପାଣି ଖଣି ଅଞ୍ଚଳର ବିକାଶ ପାଇଁ ସରକାରୀ ଅର୍ଥ ସହିତ ଜିଲାଖଣିଜ ପାଣ୍ଠି ମଧ୍ୟ ବିନିଯୋଗ ହେଉଛି ଗାଁ ଗୁଡିକରେ । ବିନିଯୋଗ ହେଉଥିବା ଜିଲା ଖଣିଜ ପାଣ୍ଠିର ଅର୍ଥକୁ ୫ରୁ ୧୦ଲକ୍ଷ ଲେଖା ସିସି ରୋଡ ଏବଂ ଡ୍ରେନ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ କାର୍ଯ୍ୟ ଗୁଡ଼ିକ ବିଭାଗୀୟ ହୋଇଥିବା ବେଳେ କାର୍ଯ୍ୟ ଗୁଡ଼ିକ ପଞ୍ଚାୟତର ମୁଷ୍ଟିମେୟ ଲୋକ ମାନେ ଠିକାଦାର ସାଜି କାର୍ଯ୍ୟ କରୁଛନ୍ତି । ଏହାର ଏକ ଜ୍ୱଳନ୍ତା ଉଦାହରଣ ଦେଖିବାକୁ ମିଳିଛି କାଳିଆପାଣି ପଞ୍ଚାୟତର ବିର୍ସାନଗର ଠାରେ । ଏହିଠାରେ ଏକ ନୂତନ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ତାହାର ଫଳକ ଲାଗି ନଥିବା ବେଳେ କେଉଁ ଯୋଜନାରେ କାର୍ଯ୍ୟ ହୋଇଛି କେତେ ଅର୍ଥ ବିନିଯୋଗ ହୋଇଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ଡ୍ରେନ କିନ୍ତୁ ମୁକୁଳା ପଡ଼ିଛି । ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ଜ୍ଞାନରଞ୍ଜନ ବେହେରାଙ୍କୁ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଉନଥିଲେ । ବର୍ଷବର୍ଷ ଧରି ତିଷ୍ଠି ରହିବା ପାଇଁ ନିର୍ମାଣ କରାଯାଉଥିବା ବେଳେ ଏହି ଡ୍ରେନ ମୁକୁଳା ଛାଡ଼ିବା ସହିତ ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ବର୍ଷ ବର୍ଷ ଧରି ତିଷ୍ଠି ରହିବ ତ ତାହା ଏକ ବଡ଼ ପ୍ରଶ୍ନବାଚୀ? ଯନ୍ତ୍ରୀ-ଠିକାଦାରଙ୍କ ସଲସୁତୁରାରେ କାର୍ଯ୍ୟ କରି ସରକାରୀ ଅର୍ଥ ଆତ୍ମସାତ କରିବାକୁ ବସିଥିବା ବେଳେ ଦେଖିବାକୁ ବାକି ରହିଲା କେବେ ଏହାର ତଦନ୍ତ ହେଉଛି ।