ବାଲିଆପାଳ ଆଦିବାସୀ ସାହି ଅଙ୍ଗନୱାଡି କେନ୍ଦ୍ର  ଗଛ ମୂଳେ ବଢୁଛି ଶୈଶବଙ୍କ ଭବିଷ୍ୟତ


ାା ପ୍ରଭାନୁ୍ୟଜ ।ା ଦାନଗଦୀ : ଶିଶୁ ହସିଲେ ଦୁନିଅାଁ ହସିବ । ଆଜିର ଶିଶୁ କାଲିର ଭବିଷ୍ୟତ । ଏଭଳି ଶ୍ଲୋଗାନକୁ ଶତପ୍ରତିଶତ ସଫଳ କରିବାକୁ ଖାଦ୍ୟ, ପୋଷାକ, ପାଠ୍ୟ ଉପକରଣ, ଖେଳ ଉପକରଣ, ମୁଣ୍ଡ ଉପରେ ଛାତ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ଆଜି ବି ଅନେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଶର ଭବିଷ୍ୟତଙ୍କ ଜୀବନ ଗଛ ମୂଳରେ ଗଢ଼ା ଯାଉଛି । ଶିଶୁ ମାନଙ୍କର ସ୍ୱାସ୍ଥ୍ୟର ଶାରୀରିକ ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ, ମାନସିକ ବିକାଶ ପାଇଁ ଶିକ୍ଷାର ବ୍ୟବସ୍ଥା ଗାଁ ଗହଳି ସ୍ତରରେ ଭଲ ସ୍ୱାସ୍ଥ୍ୟକର ପରିବେଶରେ କିପରି ଶିଶୁମାନେ ରହିବେ ତାର ବ୍ୟବସ୍ଥା କରିଛନ୍ତି । ସମନିତ୍ୱ ଶିଶୁ ବିକାଶ ଯୋଜନାରେ ଶିଶୁମାନଙ୍କ ପାଇଁ ଶିକ୍ଷୟିତ୍ରୀ ଠାରୁ ପାଚିକା । ଏହା ଠିକ୍ ଭାବେ ପରିଚାଳନା ହେଉଛି କି ନାହଁ ତଦାରଖ ପାଇଁ ସୁପରଭାଇଜର ମଧ୍ୟ ନିଯୁକ୍ତି ହୋଇଛନ୍ତି । ସରକାରଙ୍କ ଠାରୁ ଏମାନେ ମୋଟା ଅଙ୍କର ଦରମା ନେଉଛନ୍ତି । ବାସ୍ତବରେ ଶିଶୁ ମାନେ ଗ୍ରାମାଞ୍ଚଳରେ କିପରି ଅସୁରକ୍ଷିତ ଭାବେ ଅଛନ୍ତି ଉଦାହରଣ ଭାବେ ଦାନଗଦୀ ବ୍ଲକ ଶାଳୀଜଙ୍ଗା ପଞ୍ଚାୟତରେ ଥିବା ଆଦିବାସୀ ବାଲିଆପାଳ ସାହିର ଅଙ୍ଗନୱାଡ଼ି କେନ୍ଦ୍ରକୁ ନିଆଯାଇପାରେ । ଶାଳୀଜଙ୍ଗା ପଞ୍ଚାୟତ ବାଲିଆପାଳ ସାହିରେ ଘର ସଂଖ୍ୟା ୬୦ । ଲୋକ ସଂଖ୍ୟା ୩୦୦ରୁ ଊଦ୍ଧ୍ୱର୍ । ସାହିରେ ଆଜକୁ ୪ ବର୍ଷ ହେବ ଶିଶୁମାନଙ୍କ ପାଇଁ ଏକ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି । ବିଡ଼ମ୍ବନା ଆଦିବାସୀ ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ବାସ୍ତବରେ କିପରି ଚାଲିଛି ତାହା କାହା ଦୃଷ୍ଟି ଗୋଚରରେ ଆସୁନାହିଁ । ସମସ୍ୟା ଘେରରେ ଅନ୍ଧାରରେ ରହିଯାଇଛି ଏହି ଅଙ୍ଗନୱାଡି କେନ୍ଦ୍ରଟି ବୋଲି ସାହି ବାସିନ୍ଦା ଦୀର୍ଘ ଦିନ ପରେ ମୁହଁ ଖୋଲି ଅଭିଯୋଗ କରିଛନ୍ତି । ୩୬ଜଣରୁ ଊଦ୍ଧ୍ୱର୍ ଶିଶୁ ଭବିଷ୍ୟତ ଗଢିବାକୁ ଆସୁଥିବା ଅଙ୍ଗନୱାଡି କେନ୍ଦ୍ରଟିରେ ବର୍ଷା ଦିନେ ଶିଶୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ପାଠ ପଢିବା ପାଇଁ କେନ୍ଦ୍ରର ଘର ଖଣ୍ଡେ ହୋଇ ପାରିଲା ନାହଁ । ଶିଶୁ ବାହାରେ ଅସ୍ୱାସ୍ଥ୍ୟକାର ପରିବେଶରେ ବସୁଛନ୍ତି । ବର୍ଷା ହେଲେ ପାଣିରେ ଓଦା ହୋଇ ଆ’ଘର ତା ପିଣ୍ଡାକୁ ଦୌଡୁଛନ୍ତି । ପାଠପଢା ଅଧା ଦିନ ବନ୍ଦ, ଅଙ୍ଗନୱାଡି କେନ୍ଦ୍ରଟିରେ ପାନୀୟ ଜଳ ଓ ପାଇଖାନାର ବ୍ୟବସ୍ତା ନାହଁ, ପିଲାମାନେ ଯିଏ ଯୁଆଡେ ପାରିଲେ ବୁଲୁଛନ୍ତି । ସବୁଠାରୁ ବଡ଼ ଅଭିଯୋଗ ହେଲା ଏହି କେନ୍ଦ୍ରରେ ଥିବା ଦିଦି ଶିଶୁମାନଙ୍କୁ ଗଛ ମୂଳେ ଖାଦ୍ୟ ଖାଇବାକୁ ଦିଆଯାଉଛି । ବର୍ଷାଦିନେ ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଦାୟୀ ହେବ କିଏ? ଖରା, ବର୍ଷା, ଶୀତରେ ଶିଶୁମାନଙ୍କୁ ଅଭିଭାବକ ମାନେ ବାହାରେ ପାଠ ପଢିବା ପାଇଁ ଛାଡିବାକୁ ସୁରକ୍ଷିତ ମଣୁ ନାହଁନ୍ତି । ଏଠି ଶିଶୁ ମାନଙ୍କ ସମସ୍ୟା ପ୍ରତି ଯେମିତି କାହାର ନଜରନାହଁ । ନା ସୁପରଭାଇଜରଙ୍କ ତଦାରଖ ନା ସିଡିପିଓ ଖାଲି କାଗଜ ପତ୍ରରେ ଚାଲିଛି ଶିଶୁମାନଙ୍କର ସୁରକ୍ଷା ଓ ବିକାଶ । ଏହି ସବୁ ସମସ୍ୟା ପ୍ରତି ସିଡିପିଓ ଓ ସରପଞ୍ଚ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।