୫୦ ବର୍ଷ ହେବ ଖୋଲିନି ଅଳଙ୍କାର ପେଢ଼ି: ଶ୍ରୀଜୀଉଙ୍କ ସୁନାବେଶ ନାମକୁ ମାତ୍ର
ଜୟପୁର,: ରାଜ ରାଜୁଡା ଅମଳରେ ନନ୍ଦପୁର ରାଜଧାନୀକୁ ଛାଡି ତକ୍ରାଳୀନ ରାଜା ଜୟପୁରକୁ ରାଜଧାନୀ ଭାବେ ଆସିବା ସମୟରୁ ଜୟପୁର ପୁରୁଣାଗଡ଼ରେ ପ୍ରଥମେ ରାଜଉଆସ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ରଥଯାତ୍ରା ଆରମ୍ଭ କରିଥିଲେ । ତାଳୀନ ଜୟପୁର ମହାରାଜା ମହାପ୍ରଭୁ ଜଗନ୍ନାଥଙ୍କ ଶୃଙ୍ଗାର ନିମନ୍ତେ ବହୁ ଅଳଙ୍କାର ଦେଇଥିବା ଇତିହାସକାର ଏବଂ ଜୟପୁର ସହରର ବୟଜ୍ୟୋଷ୍ଟ ବ୍ୟକ୍ତି କହିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଚଳନ୍ତି ଅଳଙ୍କାର ପେଢ଼ିରେ ଶ୍ରୀଜୀଉମାନଙ୍କ ଶୃଙ୍ଗାର ନିମନ୍ତେ ଅଳଙ୍କାର କେବଳ ନାମକୁ ମାତ୍ର କିଛି ରୁପା ଧାତୁରେ ନିର୍ମିତ କିରିଟ, ହାତ, ଗଳାର ମାଳି ରହିଛି ଏହାକୁ ନେଇ ଦେବୋତ୍ତର ବିଭାଗ ଶ୍ରୀଜୀଉଙ୍କ ସୁନାବେଶ କରୁଥିବା ବାହସ୍ପଟ ମାରୁଛନ୍ତି । କିନ୍ତୁ ଏହା ସହ ବିଗତ ୬୦ ବର୍ଷରୁ ଅଧିକ ସମୟ ଧରି ଏକ ଅଚଳନ୍ତି ଅଳଙ୍କାର ପେଢି ଡେଡ୍ ବକ୍ସ ସୁରକ୍ଷିତ ସ୍ଥାନରେ ରହିଛି । ଏହି ଡେଡ୍ ବକ୍ସ ଟିକୁ ଖୋଲିବା ପାଇଁ ସୂର୍ଯ୍ୟପ୍ରଭାରେ ପ୍ରକାଶିତ ପରେ ରାଜ୍ୟ ଦେବୋତ୍ତର କମିଶନର ତାଙ୍କ ଚିଠି ନଂ ୮୭୩୫ ତାରିଖ ୧୯-୮-୨୦୨୩ ଅନୁଯାଇ ଉକ୍ତ ଡେଡ ବକ୍ସ ଟିକୁ ଖୋଲିବାକୁ ନିଦେ୍ର୍ଦଶ ଦେଇଥିଲେ ସୁଦ୍ଧା ବିଗତ ୨୧ ମାସ ଧରି ଜିଲ୍ଲା ପ୍ରଶାସନ ଏବଂ ଜୟପୁର ଦେବୋତ୍ତର ବିଭାଗ ଖାଲି ପତ୍ରାଳପ କରୁଥିବା ବେଳେ, ପେଢ଼ି ଖୋଲିବା ନିମନ୍ତେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ଏଥି ଯୋଗୁଁ ଉକ୍ତ ଡେଡ ବକ୍ସରେ ଶାଇତା ଯାଇ ରଖିଥିବା ଅଳଙ୍କାର ସଠିକ ଅଛିକି ନାହିଁ ବୋଲି ସାଧାରଣରେ ସନେ୍ଦହ ହୋଇଛି । ଜୟପୁରର ଶ୍ରୀଜୀଉ ମାନଙ୍କ ସ୍ୱର୍ଣ ଅଳଙ୍କାର ଗୁଡିକ କୁଆଡେ ଉଭାନ ହୋଇଗଲା ବୋଲି ସାଧାରଣରେ ପ୍ରଶ୍ନ ମଧ୍ୟ ହେଇଛି ।ଜୟପୁର ଦେବୋତ୍ତର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରି ବୁଝିବାରେ ଜୟପୁର ଦେବୋତ୍ତର ବିଭାଗ କାର୍ଯ୍ୟାଳୟରେ ଶ୍ରୀଜୀଉ ଏବଂ ଅନ୍ୟାନ୍ୟ ଦେବାବେଦୀଙ୍କ ଅଳଙ୍କାର ଛଡା ଅନ୍ୟ କୌଣସି ଅଳଙ୍କାର ଏବଂ ଭୁ ସମ୍ପତିର ସମ୍ପୂର୍ଣ୍ଣ ଚିଠା ନଥିବା ସ୍ୱଷ୍ଟକ୍ତି ଦେଇଛନ୍ତି ।ଜୟପୁର ଦେବୋତ୍ତର ବିଭାଗ ଅଧୀନରେ ଥିବା ସ୍ୱର୍ଣ୍ଣ ଅଳଙ୍କାର ଏବଂ ଭୂ-ସମ୍ପତିର ସବିଶେଷ ତଥ୍ୟ କାହିଁକି ନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେବା ସହ ଦେବୋତ୍ତର ବିଭାଗର କମିସନର ତୁରନ୍ତ ହସ୍ତକ୍ଷେପ କରି ଜୟପୁର ଦେବୋତ୍ତରର ସମସ୍ତ ଚଳନ୍ତି ଅଚନ୍ତି ସମ୍ପତି ଏବଂ ଭୂ-ସମ୍ପତି ଗୁଡିକୁ ତାଦାରଖ ସହ ବରାମତ କରି ସରକାର ସନାତନୀଙ୍କ ଅସ୍ଥାକୁ ସୁଦୃଢ କରିବା ସହ ବିଶ୍ୱାସ ଭାଜନ ହେବାକୁ ସାଧାରଣରେ ଦାବି ହୋଇଛି ।