ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର
ନୀଳଗିରି: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି ହାଜତକୁ ପଠାଇଥିବା ବେଳେ, ହାଜତରେ ଅଭିଯୁକ୍ତ ଗୁରୁତର ହୋଇପଡିବାରୁ ଜେଲ୍ କତୃପକ୍ଷ ନୀଳଗିରି ହସ୍ପିଟାଲ ଆଣି ଚିକିତ୍ସା କରୁଥିବା ଜଣାଯାଇଛି । ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଭୁଲାପଡ଼ିଆ ଗ୍ରାମର ରବିନ୍ଦ୍ର ସିଂ (୩୬) ସ୍ୱର୍ଗତ ଦୁଃଖୀରାମ ସିଂ ଝିଅ ବାକଶକ୍ତି ହରାଇବା ସହ ପାଗଳାମିର ଶିକାର ହୋଇପଡ଼ିଥିଲେ । ଫଳରେ ଝିଅର ମା ଝିଅକୁ ଆଣି ନିଜ ପାଖରେ ରଖିଥିଲେ । ଏହାର ସୁଯୋଗ ନେଇ ଯୁବକ ରବୀନ୍ଦ୍ର ପୂର୍ବରୁ ଦୁଇ ତିନିଥର ଦୁଷ୍କର୍ମ କରି ଧାରା ପଡ଼ିଥିବା ବେଳେ, ଗ୍ରାମରେ ଆପୋଷ ସମାଧାନ କରାଯାଇଥିଲା । ଯୁବକ ଜଣକ ପୁଣି ସୁଯୋଗ ଉଣ୍ଡି ଦୁଷ୍କର୍ମ କରିବାପାଇଁ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଯାଇଥିଲା । ଏନେଇ ଦୁଷ୍କର୍ମ ଅଭିଯୁକ୍ତକୁ ବହେ ଉତ୍ତମମଧ୍ୟମ ଦେଇ ବରହମପୁର ପୋଲିସରେ ଜିମା ଦେଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱଦେଇ ଅଭିଯୁକ୍ତ ଯୁବକ ଜଣକୁ ଗିରଫକରି ଜେଲ ହାଜତକୁ ପଠାଇ ଦେଇଥିଲେ । ମାତ୍ର ଜେଲ୍ ଭିତରେ ଅଭିଯୁକ୍ତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଜେଲ୍ କର୍ତ୍ତୃପକ୍ଷ ନୀଳଗିରି ହସ୍ପିଟାଲ ଆଣି ଚିକିତ୍ସା କରୁଥିବା ସୂଚନା ମିଳିଛି ।