ଗାଁ ପ୍ରତିଭା : ଅବିଳକ ଚିତ୍ର ଅଙ୍କନ କରି ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଲେ ଚିରଞ୍ଜୀବ 

 ଦାନଗଦୀ: କଠୋର ଇଚ୍ଛାଶକ୍ତି, ସାଧନା ଓ ଆତ୍ମବିଶ୍ୱାସ ରହିଲେ କେହିବି ସଫଳତାର ପାହାଚ ଚଢ଼ିପାରେ । ଲୁଚି ରହିଥିବା ପ୍ରତିଭାକୁ ପ୍ରତିପାଦିତ କରି ସମ୍ମାନ ସାଉଁଟେ । ଏମିତି ଜଣେ ପ୍ରତିଭା ହେଲେ ଚିତ୍ରକର ଚିରଞ୍ଜୀବ୍ । ଯିଏ ଅବିକଳ ଚିତ୍ର ଅଙ୍କନ କରି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ମନ ଜିଣିପାରିଛନ୍ତି । ଆମେ କହୁଛୁ ଦାନଗଦୀ ବ୍ଲକ ଯଖପୁରା ଗାଁ ଷ୍ଟେସନସାହିର ଛାତ୍ର ଚିରଞ୍ଜୀବ ସାହୁଙ୍କ କଥା । ଯାହାଙ୍କୁ ଶ୍ରଦ୍ଧାରେ ଡାକନ୍ତି ସୋନୁ । ତାଙ୍କର କୁନି ହାତର ଯାଦୁ କର ସ୍ପର୍ଶରେ ଜୀବନ୍ତ ହୋଇପାରେ ଯେ କୌଣସି ଚିତ୍ର । ତାଙ୍କର ସୁନ୍ଦର କଳାକୃତି ପାଇଁ ସେ ସମସ୍ତଙ୍କର ମନ ଜିଣୁଛନ୍ତି । ଚାଷୀ ପରିବାରରେ ବାପା ଦୈତାରୀ ସାହୁ ଓ ମା ରଶ୍ମିତା ସାହୁଙ୍କ ପୁଅ ଚିରଞ୍ଜୀବ (୧୬) । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲା ବେଳୁ ଯେଉଁଠି ମହାପୁରଷଙ୍କ ଚିତ୍ର ଦେଖନ୍ତି କି ସୁନ୍ଦର ଚିତ୍ର ଦେଖନ୍ତି ସେଇଠି ଏକ ଲୟରେ ସେ ଚିତ୍ରଟିକୁ ନିରୀଖି ଦେଖିଥାନ୍ତି । ଗାଁ ରେ ପୂଜା ପର୍ବରେ ମୂର୍ତୀ ନିର୍ମାଣ ସମୟରେ ମନ ଧ୍ୟାନ ଦେଇ ଶିଳ୍ପୀର ତୂଳୀର ମୁନକୁ ଦେଖିଥାନ୍ତି । ଏହିପରି ଗୋଟେ ଚାଷୀ ଓ ମଧ୍ୟବିତ ପରିବାରେ ଜନ୍ମ ଲାଭ କରିପାଠ ପଢିବା ସମୟରେ ଆଂଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବରେ ସୁନ୍ଦର ଚିତ୍ର ଅଙ୍କନ କରିମ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଛାତ୍ର ଚିରଞ୍ଜୀବଙ୍କର ହାତର ଏପରି ଯାଦୁ ଅଛି ସେ କାର୍ଡବୋର୍ଡ ଓ ପେନସିଲ, କି ରଙ୍ଗତୂଳୀ ଧରି ବସିଲେ ଯାହା ଦେଖିବେ ତାର ଅବିକଳ ନକଲ ପରି ସୁନ୍ଦର ଚିତ୍ର କରିଦେବେ । ଏହି ପ୍ରଥମ ପୁରସ୍କାର ପାଇଲା ପରେ ସେ ଓ ତାଙ୍କ ପରିବାର ଏତେ ଖୁସି ହୋଇଗଲେ ଓ ତାଙ୍କୁ ଉତ୍ସାହିତ କଲେ ଆଗକୁ ବଢିବା ପାଇଁ । ସେହିଦିନ ଠାରୁ ଆଉ ପଛକୁ ଚାହିଁ ନାହାଁନ୍ତି ଚିରଞ୍ଜୀବ । ଏବେ ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢୁଥିବା ଚିରଞ୍ଜୀବ ସ୍କୁଲସ୍ତରରେ ବହୁତ ଚିତ୍ର ଅଙ୍କନ ସହ ବିଭିନ୍ନ ଖେଳରେ ଭଲ ଖେଳି ପୁରସ୍କାର ଓ ବହୁତ ପ୍ରମାଣ ପତ୍ର ହାସଲ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଚିତ୍ର କରିବା ସହ କ୍ରିକେଟ ଖେଳରେ ଜିଲା ଓ ବ୍ଲକ ସ୍ତରରେ ଏତେ କମ ବୟସରେ ଭଲ ଖେଳି ସଫଳତା ପାଇବା ସହ ବହୁତ ସାରା ପୁରସ୍କାର ଓ ମାନପତ୍ର ପାଇଛନ୍ତି । ସ୍କୁଲ ଓ  ସାଙ୍ଗସାଥି ବିଭିନ୍ନ ମହାପୁରୁଷ, ଠାକୁର, କ୍ରିକେଟ ତାରକା, ଅଭିନେତା, ରାଜନେତା ଙ୍କର ଚିତ୍ର ନେବା ପାଇଁ ଅର୍ଡର କରି ନେଇଥାନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋଚିତ୍ର ଅଙ୍କନ କରି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଏପରି କୁନି ଚିତ୍ର ଶିଳ୍ପୀଙ୍କର ହାତର ଯାଦୁ ଦେଖି ଖୁସି ହୋଇଯାଇଥିଲେ । ଖାଲି ସେତିକି ନୁହେଁ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କର ଏକ ସୁନ୍ଦର ଚିତ୍ର ଅଙ୍କନକରି ଏକ ସଭା ମଂଚରେ ଭେଟି ତାଙ୍କୁ ପ୍ରଦାନ କରିଥିଲେ । ନିକଟରେ ସମାପ୍ତ ହୋଇଥିବା ସୁକିନ୍ଦା ଶିଳ୍ପ ମହୋତ୍ସବରେ ସିନେ ଅଭିନେତା ସବ୍ୟସାଚୀ ମହାପାତ୍ରଙ୍କୁ ତାଙ୍କ ଅବିକଳ ଚିତ୍ର ଅଙ୍କନ କରି ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଚିରଞ୍ଜୀବ ନିଜ ହାତରେ ଭାରତର ଲୋକପ୍ରିୟ କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନି, ବିରାଟ କୋହିଲଙ୍କର ସୁନ୍ଦର ଚିତ୍ର ମଧ୍ୟ ଅଙ୍କନ କରିଛନ୍ତି । ସମସ୍ତ ମହାପୁରୁଷ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହରାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷଙ୍କର ଚିତ୍ର ଅଙ୍କନ କରି ବିଦ୍ୟାଳୟରେ ଦେଇଛନ୍ତି । ଏପରି ଜଣେ ଚିତ୍ରଶିଳ୍ପୀକୁ ସରକାରୀ ତାଲିମ କି ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ଯାଇପାରନ୍ତା ନିଶ୍ଚିନ୍ତ । । ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ଫୁଲ ପାଛିଆ, ପେନ୍ଷ୍ଟାଣ୍ଡ, ହାତ ତିଆରି ହ୍ୟାଣ୍ଡ ପର୍ସ, ଫଳ, ଫୁଲ ଡାଲା ବିଭିନ୍ନ ପ୍ରକାର ଘର ସଜା ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ମହିଳାମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ରଖିବା ଉଦେ୍ଦଶ୍ୟରେ ଏହି କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜଳେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ଜେନା, ବ୍ଲକ ଉନ୍ନୟନ ଅଧିକାରୀ ଗୌରାଙ୍ଗ ଘୋଷ, ଡେପୁଟି ସିଇଓ, ଓରମାସ  ଶାନ୍ତନୁ ବାନାର୍ଜୀ, ଡିପିସି ମିଶନ ଶକ୍ତି କାର୍ତ୍ତିକ ନାୟକ, ପଞ୍ଚାୟତ ସମିତି ସଭ୍ୟ ଓ ସର୍ଦ୍ଦାରବନ୍ଧ ପଞ୍ଚାୟତର ସରପଞ୍ଚ ଏବଂ ମିଶନ ଶକ୍ତି ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଟ୍ରେନିଂ ପ୍ରୋଗ୍ରାମ ୨ ମାସ ଧରି ଚାଲୁ ରହିଥିବାବେଳେ ଏହା ଦ୍ୱାରା ୬ ଗୋଟି ଉତ୍ପାଦିକା ଗୋଷ୍ଠୀର ୧୮୦ରୁ ୨୦୦ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି ।