୧୯୮୮ ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ
ବ୍ୟାସନଗର: ଏନ୍ସି ହାଇସ୍କୁଲରୁ ୧୯୮୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ବ୍ୟାସସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନରେ ବହୁ ଦୂରଦୂରାନ୍ତରୁ ସାଙ୍ଗ ମାନେ ଏକଜୁଟ୍ ହୋଇ ନିଜନିଜ ଭାବର ଆଦାନ ପ୍ରଦାନ କରିଥିଲେ । ଏପରିକି ଆମେରିକା, ଅଷ୍ଟ୍ରେଲିଆ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଓଡିଶାର ବିଭିନ୍ନ ପ୍ରାନ୍ତରେ ରହିଥିବା ଏହି ବ୍ୟାଚର ୪୦ରୁ ଅଧିକ ଛାତ୍ର ଯୋଗଦେଇଥିଲେ ।ପ୍ରାରମ୍ଭରେ ଦିବଙ୍ଗତ ସାଙ୍ଗ ମାନଙ୍କ ଉଦ୍ୱେଶ୍ୟରେ ନିରବ ପ୍ରାର୍ଥର୍ନା କରାଯାଇଥିଲା । ଶେଷରେ ସମସ୍ତେ ବଣଭୋଜିରେ ଭଗ ନେଇଥିଲେ ।ଏହି ବନ୍ଧୁମିଳନରେ ଅଭୟ ପତି, ପ୍ରବୋଧ ଜେନା, ବିଷ୍ଣୁ ପ୍ରସାଦ ଦାଶ, ପ୍ରବୀର ଜେନା, ହିରାଲାଲ୍ ରାମ୍, ବାଦଲ ପରିଡା, ସଞ୍ଜିବ ରାୟ, ଗୋପୀ ମହାନ୍ତି, ଅମରେଶ ମହାନ୍ତି, ପରମେଶ୍ୱର ବିଶ୍ୱାଳ, ବିଜୟ ଜେନା, ସୁକାନ୍ତ ରାଉତ, ଦୀପାଂଶୁ ତ୍ରିପାଠୀ, ଚିତରଞ୍ଜନ ବୋଇତାଇ, ମନୋଜ ଭୋଇ, ନିରଞ୍ଜନ ପରିଡାଙ୍କ ସମେତ ଅନେକ ଯୋଗ ଦେଇଥିଲେ ।