ଜଳଖିଆରେ ମିଳିବ ପାଳୁଅ ଲଡୁ

palua ladu

ଜଳଖିଆରେ ମିଳିବ ପାଳୁଅ ଲଡୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ପାରମ୍ପରିକ ମିଠା ସ୍ୱାଦିଷ୍ଟ ଖାଦ୍ୟ ହେଉଛି ପାଳୁଆ ଲଡୁ  । ଯାହାକୁ ଜିଆଇ ଟ୍ୟାଗ୍‌ ବି ମିଳିପାରେ  । ଏଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଜଳଖିଆରେ ପାଳୁଅ ଲଡ଼ୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ସେ ସମସ୍ତ ବିଭାଗୀୟ ଅଧିକାରୀ, ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସରକାରୀ ବୈଠକ ଏବଂ କାର୍ଯ୍ୟକ୍ରମରେ ପରିବେଷଣ କରାଯାଉଥିବା ଆତିଥ୍ୟ ପ୍ୟାକେଟରେ ପାଳୁଆ ଲଡୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ପ୍ରସିଦ୍ଧ ପାଳୁଅ ଲଡୁ କେବଳ ଭଦ୍ରକରେ ନୁହେଁ ବରଂ ସମଗ୍ର ଓଡ଼ିଶା ଏବଂ ବାହାରେ ଏକ ପ୍ରିୟ ସ୍ୱାଦିଷ୍ଟ ଖାଦ୍ୟ ।  ଜିଆଇ ଟ୍ୟାଗ୍‌ ଭଦ୍ରକକୁ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ସହିତ ପାଳୁଆ ଲଡୁର ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟକୁ ସୁରକ୍ଷା ଦେବ ବୋଲି ଜିଲ୍ଲା ଅଧିକାରୀମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଳେଖ କରାଯାଇଛି  ।