ପିସିସି ସଭାପତିଙ୍କୁ ବିପୁଳ ସମ୍ବର୍ଦ୍ଧନା
କଟକ : ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସ ସୌଜନ୍ୟମୂଳକ ଭାବେ କଟକ ସ୍ଥିତ ସ୍ୱରାଜ ଆଶ୍ରମ, ନେତାଜୀ ଜନ୍ମସ୍ଥାନ, ଚଣ୍ଡିମନ୍ଦିର, ସମାଜ ଅପିସ, ପ୍ରଜାତନ୍ତ୍ର ଅଫିସ ଇତ୍ୟାଦି ଗସ୍ତ କରିବାକୁ ଯାଉଥିବାବେଳେ କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଖପୁରିଆ ଛକଠାରେ ପିସିସି ସଭାପତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନିଦେ୍ର୍ଦଶକ୍ରମେ ସ୍ଥାନୀୟ ଖପୁରିଆ ଛକ ଠାରେ ଶିଶିର ରଥ, ମନୋଜ ବିଶ୍ୱାଳ, ରାଜେଶ ସ୍ୱାଇଁ, ରାମଚନ୍ଦ୍ର ଗୋଚ୍ଛାୟତଙ୍କ ମିଳିତ ନେତୃତ୍ୱରେ ୪୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଏକତି୍ରତ ହୋଇ ପିସିସି ସଭାପତି ଶ୍ରୀ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନସ ପରିଡ଼ା, ସଚିଦାନନ୍ଦ ରାଉତ, ଆଲୋକ ନନ୍ଦ, ସୁଦର୍ଶନ ସାହୁ, ନିର୍ମଳ ସ୍ୱାଇଁ, ଆଶୁତୋଷ ରାଉତ, ସୁନିଲ ଜେନା, ସନ୍ତୋଷ ବିଶ୍ୱାଳ, ରଜନୀ ବସ୍ତିଆ, କଳ୍ପନା ସେନ ପ୍ରମୁଖ ଯୋଗ ଦେଇ ଶ୍ରୀ ଦାସଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସଂଗଠନ ମଜବୁତ ହେବା ସହ ତାର ହରାଇଥିବା ସ୍ଥିତିକୁ ନିଶ୍ଚୟ ଫେରିପାଇବ ବୋଲି ଆଶାବ୍ୟକ୍ତ କରିଥିଲେ ।