ମିତ୍ରପୁର-ନୀଳଗିରି ରାସ୍ତା କାର୍ଯ୍ୟ ମନ୍ଥର   ସେପ୍ଟେମ୍ବର ୧୨ରେ ମିତ୍ରପୁର ବନ୍ଦ ଡାକରା 


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ନୀଳଗିରି ଉପଖଣ୍ଡ ମିତ୍ରପୁର -ନୀଳଗିରି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ମିତ୍ରପୁର ବଜାର ବନ୍ଦ  ସହିତ ରାସ୍ତା ରୋକ କରାଯିବ ବୋଲି ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି  ।  ବିବରଣୀ ଅନୁଯାଇ ଉକ୍ତ ରାସ୍ତା କାର୍ଯ୍ୟଟି ନୀଳଗିରି ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯାଉଥିବା ବେଳେ ଦୀର୍ଘ ୬ ମାସ ମଧ୍ୟରେ ମିତ୍ରପୁର ବଜାର ମଧ୍ୟ ସ୍ଥଳୀରେ ଡ୍ରେନ୍ ଓ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ରାସ୍ତାର ଦୁଇ ପାର୍ଶ୍ୱରେ ଚାଲିଥିବା ଅଧାପନ୍ତରିଆ ଅସମ୍ପୂର୍ଣ୍ଣ ଡ୍ରେନ୍ ପାଇଁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବଜାର ବୁଡ଼ି ଯାଉଛି । ଆଂଶିକ ସ୍ଲାପ ପଡ଼ିଥିବାରୁ ଡ୍ରେନ୍ରେ ଗୃହପାଳିତ ପଶୁ ଓ ସ୍କୁଲ ଛାତ୍ରଙ୍କ ଯାତ୍ରା ଦୁର୍ବିପାକ ଓ ବିପଦ ସଂକୁଳ ହୋଇ ପଡ଼ିଛି  । ରାସ୍ତା ମଝିରେ ଥିବା ବିଦୁ୍ୟତ ଖୁଣ୍ଟି  ସ୍ଥାନାନ୍ତରିତ ଓ ଗଛ କଟା ନ ହେବାରୁ ଦୁର୍ଘଟଣା ଘଟି ଧନ ଜୀବନ ଚାଲି ଯାଉଛି  । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଆସନ୍ତା ସେପପ୍ଟେମ୍ବର ୧୨ ତାରିଖରେ ଧର୍ମଘଟ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି  ।  ଧର୍ମଘଟରେ ଉକ୍ତ କମିଟି ସହିତ ବଜାର କମିଟି, ଦୁର୍ଗାପୂଜା କମିଟି, ସ୍ୱାସ୍ଥ୍ୟ ସେବା କମିଟି, ରଥଯାତ୍ରା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଏଥିରେ ସାମିଲ ହେବେ ବୋଲି ସୂଚନା ମିଳିଛି  । ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟାଲିନ ମିଶ୍ର, ବିଜୟ ଆଚାର୍ଯ୍ୟ, ଜୟନ୍ତ ବିଶ୍ୱାଳ, ପଞ୍ଚାନନ ଲେଙ୍କା, ଜୀବନ ଗୋସ୍ୱାମୀ, ଅଜୟ ଧଳ, କାର୍ତ୍ତିକ ଦାସ, ଜେନି ସାହା, ଅଗଣି ସାହୁ, ପ୍ରମୋଦ ମୁଦୁଲି, ସଞ୍ଜୟ ମହାପାତ୍ର, ଟୁଙ୍ଗୁରୁ ମଲ୍ଲିକ ଏହି ଧର୍ମଘଟରେ ସାମିଲ ହେବା ନେଇ ସୂଚନା ମିଳିଛି ।