+୩ ନାମଲେଖା ପାଇଁ ଫର୍ମ ଅବଧି ବୃଦ୍ଧି

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏ ଫର୍ମ ଦାଖଲ କରିପାରିବେ। ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୂର୍ବରୁ ଦାବି କରିଥିଲେ। ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।