ପୋଲିଂ ଅଫିସରଙ୍କ ଦ୍ୱିତୀୟ ରାଉଣ୍ଡ ତାଲିମ ଆରମ୍ଭ

ନବରଙ୍ଗପୁର, : ଚଳିତ ସାଧାରଣ ନିର୍ବାଚନ ଆସନ୍ତା ମେ ମାସ ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ୱ୍ଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରି·ଳନା କରିବା ପାଇଁ  ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତରଫରୁ ଜିଲ୍ଲା ସ୍ତରରୁ ବୁଥ ସ୍ତରୀୟ ଆବଶ୍ୟକ ସମସ୍ତ ବ୍ୟବସ୍ଥା, ପ୍ରସ୍ତୁତି ଓ ପରି·ଳନା ତତ୍ପରତା ସହିତ ଜାରିରହିଛି  । ଏହି ଅବସରରେ ସମସ୍ତ ପୋଲିଂ ଅଧିକାରୀ ମାନଙ୍କର ଦ୍ୱିତୀୟ ରାଉଣ୍ଡ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ତାଲିମ୍ କାର୍ଯ୍ୟକ୍ରମ ଆଗକୁ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚବିଦ୍ୟାଳୟ ନବରଙ୍ଗପୁର, ଭୈରବ କଲେଜ ଡାବୁଗାଁ, ଭୈରବ ହାୟର ସେକଣ୍ଡାରୀ ସ୍କୁଲ ଡାବୁଗାଁ, ପଞ୍ଚାୟତ ହାୟର ସେକଣ୍ଡାରୀ ସ୍କୁଲ ଡାବୁଗାଁ, ଏସ୍ ଏସ୍, ସରକାରୀ ଉଚ୍ଚବିଦ୍ୟାଳୟ ଉମରକୋଟ, ବିଜୁ ଏସ୍ ଟି, ମହିଳା ହାୟର ସେକଣ୍ଡାରୀ ସ୍କୁଲ ଉମରକୋଟ, ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରିଗାଁ ଠାରେ ପୋଲିଂ ଅଧିକାରୀ ମାନଙ୍କର ଏହି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସବୁ ଶିକ୍ଷାନୁଷ୍ଠାନରେ  ମାଷ୍ଟର ଟ୍ରେନର ପୋଲିଂ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କରିବେ । ତାଲିମ୍ ଶିବିରରେ ପୋଷ୍ଟାଲ ବେଲÿ୍ଟ ମାଧ୍ୟମରେ ମତଦାନ କରୁଥିବା ପୋଲିଂ ଅଧିକାରୀମାନେ ମତଦାନ କରିପାରିବେ । ଦ୍ୱିତୀୟ ରାଉଣ୍ଡ ଏଭିଏମ୍, ଭିଭିପାଟ, ରେଣ୍ଡୋ ମାଇଜସନ୍ କାର୍ଯ୍ୟ ଇଭିଏମ୍, ଭିଭିପାଟ ଗୋଡାଉନରେ ସାଧାରଣ ପର୍ଯ୍ୟବେକ୍ଷକ, ରିଟନିଙ୍ଗ ଅଧିକାରୀ ୧୨ ଏସ୍ଟି, ଲୋକସଭା ନିର୍ବାଚନମଣ୍ଡଳୀ, ଜିଲ୍ଲାର ୪ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀ, ସମସ୍ତ ରାଜନୈତିକ ଦଳର ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ, ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।