ଛଟେଇ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା
ନବରଙ୍ଗପୁର: ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାର୍ଯ୍ୟଚ୍ୟୁତ ହୋଇଥିବା ୩୭ ପାରା ମେଡିକାଲ କର୍ମଚାରୀ ଦୁଇ ଦିନ ହେଲା ପ୍ରତୀକ ଧାରଣା ଦେଇଛନ୍ତି । ସେମାନଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଧାରଣାରେ ବସିଥିବା କର୍ମଚାରୀ ମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ କହିଛନ୍ତି । ସେମାନଙ୍କ ଦାବିକୁ ସମର୍ଥନ ଜଣାଇଛି ଜିଲ୍ଲା ଓୟୁଜେ ସଂଘ । ଧାରଣା ସ୍ଥଳରେ ଯାଇ ଧାରଣା ଦେଇଛି ସଂଘ । ସରକାର ଯଦି ଦାବି ପୂରଣ ନ କରେ, ତେବେ ଆନେ୍ଦାଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସଂଘ ସଭାପତି ସୁଶାନ୍ତ କୁମାର ବେହେରା । ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆଉଟସୋସିଂ ସଂସ୍ଥା ଭୁବନେଶ୍ୱରର ଏଲ୍ଆଣ୍ଡକେ ମାଧ୍ୟମରେ ୨୦୨୪ରେ ନିଯୁକ୍ତି ପାଇଥିବା ୩୭ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କାର୍ଯ୍ୟଚୁ୍ୟତ କରିବା ପାଇଁ ଜିଲା ମୁଖ୍ୟ ଚିକିସôା ଅଧିକାରୀ ୨୮ ତାରିଖରେ ଉକ୍ତ ସଂସ୍ଥାକୁ ଚିଠି ନମ୍ବର ୭୯୫ ଅନୁଯାଇ ଜଣାଇଥିଲେ । ସେଥ୍ ମଧ୍ୟରେ ୬ ଜଣ ଫାର୍ମାସିଷ୍ଟ, ୨ ଜଣ ଲାବ୍ ଟେକ୍ନିସିଆନ ଓ ୨୯ ଜଣ ନସିଂ ଅଫିସର ରହିଛନ୍ତି । ୨୦୨୨-୨୩ ଓ ୨୦୨୩-୨୪ ବର୍ଷରେ ଆଉଟ ସୋସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିବା ଅନ୍ୟମାନେ ନିୟମିତ କାର୍ଯ୍ୟ କରୁଛନ୍ତି । ନବରଙ୍ଗପୁର ଜିଲାରେ ଡାକ୍ତର, ବିଶେଷଜ୍ଞ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ । ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଉକ୍ତ ସ୍ୱାସ୍ଥ୍ୟ କର୍ମୀମାନେ ନବରଙ୍ଗପୁର ସଦର ମହାକୁମା ଡାକ୍ତରଖାନା,ଉମରକୋଟ ସବ୍ଡିଭିଜନ ମେଡିକାଲ, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି,ପୂଜାରିଗୁଡ଼ା,ଡାବୁଗାଁ, ନନ୍ଦାହାଣ୍ଡି, ଝରିଗାଁ ହାଟବରଣ୍ଡି, କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାମକରି ରୋଗୀସେବା ପ୍ରଦାନ କରୁଥିଲେ । ଏମାନଙ୍କ ଛୋଟେଇ ହେଲେ ସ୍ୱାସ୍ଥ୍ୟ ସେବା ବିପର୍ୟ୍ୟସ୍ତ ହେବ ବୋଲି ସଂଘ, ଏଥି ପାଇଁ ପ୍ରଶାସନ ଦାୟୀ ରହିବ । ତେଣୁ ଛୋଟେଇ କର୍ମଚାରୀଙ୍କୁ ଶୀଘ୍ର ପୁନଃ ନିଯୁକ୍ତି ଦାବି କରାଯାଇଛି । ୩୭ ଜଣ କର୍ମଚାରୀଙ୍କୁ ପୂର୍ବରୁ କୌଣସି ସୂଚନା ଦିଆନଯାଇ ଜିଲା ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଥିବାରୁ,ଏହାକୁ ସଂଘ ବିରୋଧ କରିଥିଲେ ।