ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରସଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦୋମୁଁହା ନୀତିକୁ ଟାର୍ଗେଟ
ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର: ଜିଲ୍ଲାପରିଷଦ ସଭ୍ୟାଙ୍କ ଟାର୍ଗେଟରେ ବିଜେଡି ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ । ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦୋମୁହାଁ ନୀତି କରୁଥିବା ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷଙ୍କୁ କାଠଗଡାକୁ ଟାଣିଲେ ଜିଲ୍ଲା ପରିଷଦ ସଭ୍ୟା । ଯଦି ଜିଲ୍ଲା ପରିଷଦ ମିଟିଙ୍ଗରେ ସଭ୍ୟସଭ୍ୟାଙ୍କ ଦ୍ୱାରା ରେଜୁଲେସନ ପାସ କରିବା ପରେ ମଧ୍ୟ ସେମାନଙ୍କ କଥା ରହୁ ନାହିଁ, ସେମାନଙ୍କ ଅଜାଣତରେରେ ରେଜୁଲେସନ ବଦଳି ଯାଉଛି, ତେବେ ଏହା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ପାପଡାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ । ଏହି ଷଡଯନ୍ତ୍ରରେ ଖୋଦ ଜିଲ୍ଲାପାଳ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଡିଇଓ ରହିଥିବା ଅଭିଯୋଗ କରି ସମସ୍ତଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଲିପିକା ମାଝୀ । କନିଷ୍ଠ ନିଯୁକ୍ତି ତାତି ଭିତରେ ପାପଡାହାଣ୍ଡି ଯୋନ-୨ର ଜିଲ୍ଲା ପରିଷଦ ସଭ୍ୟା ଡକ୍ଟର ଲିପିକା ମାଝୀ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ମୋତିରାମ ନାୟକଙ୍କ ଦୋମୁହାଁ ଚରିତ୍ରର ପର୍ଦ୍ଦାଫାଶ କରିଛନ୍ତି । ଲିପିକାଙ୍କ ଅଭିଯୋଗ ଅନୁସାରେ ଗତମାସ ୧୮ତାରିଖରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ନବରଙ୍ଗପୁରରେ ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି, ଜିଲ୍ଲାଭିତ୍ତିକ ହେବାକୁ ନେଇ ଏକ ରେଜୁଲେସନ ପାସ କରି ସରକାରଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କୁ ଅନ୍ଧାରରେ ରଖି ସଭାରେ ପାସ ହୋଇଥିବା ରେଜୁଲେସନରେ ସ୍ୱାକ୍ଷର ନକରି ପ୍ରଶାସନର ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ହାତ ବାରିଶି ସାଜି ତାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଚିଠିରେ ଯାହା ରାଜ୍ୟ ଭିତ୍ତିକ ନିଯୁକ୍ତି ନିମନ୍ତେ ହସ୍ତାକ୍ଷର କରିଥିଲେ, ତାହାକୁ ପଠାଇ ଦେଇଥିଲେ । ଯାହାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି ଲିପିକା ମାଝୀ । ଏହାପରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ନବରଙ୍ଗପୁର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ କିଛି ଦିନ ଧରି ନବରଙ୍ଗପୁରରେ ବନ୍ଦ ଡାକରା ସହିତ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବେଳେ କଂଗ୍ରେସ ଏବଂ ବିଜେଡି ଦଳ ଏହି ଦାବିକୁ ସମର୍ଥନ କରି ପ୍ରତିବାଦରେ ସାମିଲ ହୋଇଥିଲେ । ଏହି ପ୍ରତିବାଦରେ ବିଜେଡି ଦଳ ତରଫରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗଦେଇ ପ୍ରତିବାଦରେ ସାମିଲ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଗତ ପାଞ୍ଚ ତାରିଖ ଦିନ ପୁଣି ନିଜ ସ୍ୱର ପରିବର୍ତ୍ତନ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଲିପିକା ଅଭିଯୋଗ କରିଛନ୍ତି । ସେହିଭଳି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଚାଲିଥିବା ଧାରଣାରେ ମଧ୍ୟ ସାମିଲ ହୋଇଥିଲେ ଅଧ୍ୟକ୍ଷ ମୋତିରାମ ନାୟକ । ଯାହାକୁ ନେଇଁ ଲିପିକା ମାଝୀ ଟାର୍ଗେଟ କରିବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦୋମୁହାଁ ନୀତିକୁ ନେଇଁ ସମାଲୋଚନା କରିଛନ୍ତି । ଯଦି ସେ ପ୍ରକୃତରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ଜିଲ୍ଲାଭିତ୍ତିକ ଚାହୁଁଥିଲେ ତାହେଲେ କାହିଁକି ଜିଲ୍ଲାପରିଷଦ ସଭାରେ ଗୃହିତ ପ୍ରସ୍ତାବକୁ ସରକାରଙ୍କ ନିକଟକୁ ପଠାଇଲେ ନାହିଁ ଏବଂ ପରବର୍ତ୍ତୀ ସମୟରେ କୁମ୍ଭୀର କାନ୍ଦଣା ସଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୫ ତାରିଖରେ ଚିଠି ଲେଖି ସଚ୍ଚୋଟ ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଲିପିକାଙ୍କ ଅଭିଯୋଗକୁ ନେଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।