ସମୀରଙ୍କ ବିଦ୍ରୋହ, ଚିନ୍ତାରେ ଦିଲୀପ

ସମୀରଙ୍କ ବିଦ୍ରୋହ, ଚିନ୍ତାରେ ଦିଲୀପ

ନିମାପଡ଼ାରୁ ରାଜକିଶୋର ଦାସ : ରାଜ୍ୟର ତିନୋଟି ପ୍ରମୁଖ ଦଳ ପକ୍ଷରୁ ନିମାପଡ଼ାରେ ଟିକେଟ ବଣ୍ଟନ ସରିଛି । ଏଣୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇ ଉଠିଲାଣି । ଏଠାରେ ବିଜେଡ଼ିରୁ ଦିଲ୍ଲୀପ ନାୟକ, ବିଜେପିରୁ ପ୍ରଭାତୀ ପରିଡ଼ା ଓ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଯଦିଓ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କିନ୍ତୁ ନିଜ ନିଜ ସମର୍ଥକ ମାନଙ୍କ ସହିତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ନିଜ ସପକ୍ଷରେ ପ୍ର·ର କାର୍ଯ୍ୟ ଆରମ୍ଭ କରି ଦେଇଥିବା ବେଳେ ବିଜେପିରୁ ଟିକେଟ ନ ପାଇ ଗତ ୧୫/୨୦ଦିନ ତଳେ ବିଜେଡିରେ ମିଶି ଟିକେଟ ହାତେଇ ଥିବା ଦିଲ୍ଲୀପ ନାୟକ କଂଗ୍ରେସ ଓ ବିଜେପିର କର୍ମୀଙ୍କୁ ଧରି ବାରମ୍ବାର ଗୁପ୍ତ ବୈଠକ କରିବାରେ ଲାଗିଛନ୍ତି । ଶାସକ ଦଳରୁ ଟିକେଟ ପାଇ ବାହାରକୁ ଖୁସି ଜଣାପଡୁ ଥିଲେ ମଧ୍ୟ ମନଭିତରେ କୋଉଠି ନା କୋଉଠି ଭୟ ଦେଖିବାକୁ ମିଳୁଥିବା ସ୍ପଷ୍ଟ ବାରି ହୋଇ ପଡୁଛି । 
ନିମାପଡା ନିର୍ବାଚନ ମଣ୍ଡଳୀର ତିନି ଥର ବିଧାୟକ ହୋଇଥିବା ସମୀର ରଞ୍ଜନ ଦାଶଙ୍କୁ ବିଜେଡି ଟିକେଟରୁ ବଞ୍ଚିତ କରି କିଛି ଦିନ ତଳେ ବିଜେପିରୁ ଆସି ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଲା ପରେ ବିଜେଡିରେ ଏବେ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି । ବିଜେଡିରୁ ଟିକେଟ ପାଇବା ପରେ ଦିଲ୍ଲୀପ ଏବେ ନିମାପଡା ନିର୍ବାଚନ ମଣ୍ଡଳୀର ପୁରୁଖା ନେତା, ପଂ·ୟତର ଲୋକ ପ୍ରତିନିଧିଙ୍କ ସହିତ ବିଜେଡିର ଆଗ ଧାଡ଼ିର ନେତା ଓ କର୍ମୀ ମାନଙ୍କୁ ନ ଖୋଜି ଅଣ ବିଜେଡି କର୍ମୀ ମାନଙ୍କୁ ନେଇ ବୁଲିବାରେ ଲାଗିଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥôନୀ ପ୍ରଭାତି ପରିଡ଼ାଙ୍କର ସଂଗଠନ ବେଶ ଭଲ ରହିଛି । ସେ ମଧ୍ୟ ଦେଶରେ ମୋଦି ଲହରରୁ ଫାଇଦା ନେବା ପାଇଁ ଆଶାବାଦୀ ରହିଛନ୍ତି । ସେହିପରି ୧୯୯୫ରୁ ବିଜୟ ସ୍ୱାଦ ଚାଖି ନଥିବା କଂଗ୍ରେସ ଏଥର ଭେଟେରାନ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ମଇଦାନରେ ଓହ୍ଲାଇଛି । ସେ ମଧ୍ୟ ନିଜର ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି । ଦେଖିବାକୁ ବାକି ରହିଲା ବିଜେଡିର ଗଡ଼ କୁହାଯାଉଥିବା ନିମାପଡ଼ାକୁ ଦିଲୀପ ସମ୍ଭାଳି ପାରୁଛନ୍ତି ନା ନାହିଁ ।