ଗୌତମଙ୍କ ଦଶା ଭୋଗିବେନି ତ ବର୍ଷା?

ଗୌତମଙ୍କ ଦଶା ଭୋଗିବେନି ତ ବର୍ଷା?

 ଯାଜପୁର : ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ପରି ବିଜେଡ଼ି ବର୍ଷାପ୍ରିୟଦର୍ଶନୀଙ୍କୁ ବଡ଼ଚଣାରୁ ପ୍ରାର୍ଥୀ କରିଛି । ବଡ଼ଚଣାରୁ ବିଧାୟକ ଅମର ଶତପଥୀ, ଜନ୍ମେଜୟ ଲେଙ୍କା ଏବଂ ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ବେଳେ ଦଳର ସୁପ୍ରିମୋ ସିନେ ଅଭିନେତ୍ରୀ ବର୍ଷାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ପ୍ରତ୍ୟକ୍ଷ ରାଜନୀତିରେ ନୂଆ ବର୍ଷାଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କର ବିଜୟ ପାଇଁ ଶଙ୍ଖ ଭବନରେ ବଡ଼ଚଣା ନେତା ଏକାଠି ହୋଇଥିଲେ । କେବଳ ଯାହା ବିଧାୟକ ଅମର ଶତପଥୀ ଅନୁପସ୍ଥିତି ରହିିଥିଲେ ହେଁ ତାଙ୍କର ପ୍ରମୁଖ ସମର୍ଥକ ଉପସ୍ଥିତ ରହି ବର୍ଷାଙ୍କ ପାଇଁ ରହିଥିବା ଦଳୀୟ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ସହମତି ପ୍ରକାଶ କରିଥିଲେ । ବଡ଼ଚଣା ପରି ଏକ ବୃହତ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା ପରେ ଶୁକ୍ରବାର ବର୍ଷା ପ୍ରୀୟଦର୍ଶନୀ ବଡ଼ଚଣାରେ ପାଦ ପକାଇଥିଲେ । ଛତିଆରୁ ବିଶାଳ ବାଇକ ଶୋଭାଯାତ୍ରାରେ ଆସି ମହାବିନାୟକଙ୍କ ଦର୍ଶନ କରି ବଡ଼ଚଣାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଥିଲେ । ସାଙ୍ଗରେ ଯାଜପୁର ଲୋକସଭା ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ବର୍ଷାଙ୍କ ପାଇଁ ବଡ଼ଚଣା ବିଜେଡ଼ି ଏକାଠି ହୋଇଥିଲେ । ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ପଞ୍ଚାୟତସ୍ତରୀୟ ନେତା-ନେତ୍ରୀଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତା, ଜନ୍ମେଜୟଙ୍କ ଠାରୁ ନେଇ ରାଜନାରାୟଣ ସମର୍ଥକ ଏକାଠି ହୋଇଥିଲେ ହେଁ ବିଧାୟକ ଅମର ଅନୁପସ୍ଥିତ ରହିଥିଲେ । ଟିକେଟକୁ ନେଇ ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡିରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଜବନିକା ପଡ଼ିଲା ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଥିଲେ ହେଁ ବଡ଼ଚଣା ରାଜନୀତିକୁ ଦୂରରୁ ଦେଖିଥିବା ସଚେତନ ନାଗରିକଙ୍କ ମନରେ ବର୍ଷା ଗୌତମ ରାୟଙ୍କ ଦଶା ଭୋଗିବେନି ତ ବୋଲି ଆଶଙ୍କା କରିଛନ୍ତି । ଗୌତମ ରାୟ ଯିଏକି ଚଳିତ ନିର୍ବାଚନରେ ଯାଜପୁର ବିଧାନସଭା କ୍ଷେତ୍ରରୁ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବାକୁ ଓହ୍ଲାଇଛନ୍ତି । ଅଣ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ଗୌତମ ଜନତା ଦଳରୁ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା ଭାବେ ଜିଲାରେ ନାଁ କମାଇଥିଲେ । ବିଜେଡ଼ିର ଜିଲା ସଭାପତି କଥା ହେଉ କି ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହେଉ ଗୌତମ ପଞ୍ଚାୟତସ୍ତର ନିର୍ବାଚନରେ ବାଜିମାତ କରିଆସିଥିବାରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରମୁଖ ଦାବିଦାର ହୋଇପଡ଼ିଥିଲେ । ହେଲେ ଯାଜପୁର ବିଧାନସଭାଟି ସଂରକ୍ଷିତ ଥିବାରୁ ଦଶରଥପୁର ବ୍ଲକ ଅଞ୍ଚଳନିବାସୀ ଗୌତମଙ୍କୁ ବିଜୁ ଜନତା ଦଳ ବଡ଼ଚଣାରୁ ପ୍ରାର୍ଥୀ କରିଥିଲା ।  ନିଜସ୍ୱ ସଂଗଠନ ନଥିବା ବଡ଼ଚଣାରୁ ପ୍ରତିଦ୍ୱନ୍ଦିତା କରି ଗୌତମ କଂଗ୍ରେସର ସୀତାକାନ୍ତ ମହାପାତ୍ରଙ୍କ ଠାରୁ ୪୬୭୯ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ହେଁ କଡ଼ା ଟକର ଦେଇଥିଲେ । ଗୌତମ ୬୮୦୮୮ଭୋଟ ପାଇଥିବା ବେଳେ ସୀତାକାନ୍ତ ୭୨୭୬୭ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଉକ୍ତବର୍ଷ ନିର୍ବର୍ାଚନରେ ୧୯୯୦ରୁ ବିଜୟୀ ହୋଇଆସିଥିବା ଅମରଙ୍କୁ ପ୍ରାର୍ଥୀ କରିନଥିଲା । ୨୦ବର୍ଷ ତଳର କଥା ବର୍ଷାଙ୍କ ପ୍ରାର୍ଥୀତ୍ୱ ପରେ ବଡ଼ଚଣାରେ ଆଲୋଚନାର ବିଷୟ ହୋଇଛି । ତେବେ ୨୦ବର୍ଷ ତଳେ କଂଗ୍ରେସ ଯେଉଁ ସ୍ଥିତିରେ ଥିଲା, ଏବେ ତାହା ନାହିଁ । କଂଗ୍ରେସ ସଂଗଠନକୁ ବଡ଼ଚଣାରେ ସଞ୍ଚାଳନ କରି ଆସୁଥିବା ସୀତାକାନ୍ତ ରାଜନୀତି ଠାରୁ ଦୂରରେ । ତାଙ୍କ ଦାୟାଦ ଭାବେ କଂଗ୍ରେସ ସଂଗଠନକୁ ହାତ କରିିଥିବା ରାଜନାରାୟଣ ଏବେ ବିଜେଡ଼ିରେ । ସେହିପରି କଂଗ୍ରେସ ସଂଗଠନକୁ କିଛିମାତ୍ରାରେ କରାୟତ କରି ଆସିଥିବା ଜନ୍ମେଜୟ ଲେଙ୍କା ମଧ୍ୟ ବିଜୁ ଜନତା ଦଳରେ । ଉଭୟ ଜନ୍ମେଜୟ ଏବଂ ରାଜନାରାୟଣଙ୍କ ବିଜେଡ଼ିରେ ପ୍ରବେଶ ପରେ କଂଗ୍ରେସର ବଡ଼ ଅଂଶ ବିଜେଡ଼ିର ଅଂଶିଦାର ହୋଇସାରିଛନ୍ତି । ବଡ଼ଚଣାରେ ବିଜେଡ଼ିକୁ ପାଞ୍ଚବର୍ଷ ତଳେ କଂଗ୍ରେସ ହିଁ ମୁକାବିଲା କରିପାରୁଥିବା ବେଳେ ଏବେ ବିଜେପି ସେହି ସ୍ଥାନକୁ ଦଖଲ କରି ନେଇଛି । ବର୍ଷାଙ୍କ ପାଇଁ ବିଧାୟକ ଅମର ଅଡ଼ୁଆ ହୋଇପାରନ୍ତି ବୋଲି କୁହାଯାଉଥିବାରୁ ୨୦ବର୍ଷ ତଳେ ଗୌତମ ଭୋଗିଥିବା ଦଶା ବର୍ଷା ଭୋଗିବେନି ତ ବୋଲି ଏକ ଆଲୋଚନା ରାଜନୈତିକ ଖଟିରେ ଆରମ୍ଭ ହୋଇଯାଇଛି । ସମୟ କହିବ, ବର୍ଷା ଦଶ