୩୩ ବିଧାୟକଙ୍କ ଟିକେଟ କାଟିଲେ ,୩୫ ମହିଳାଙ୍କୁ ଟିକେଟ ଦେଲେ

୩୩ ବିଧାୟକଙ୍କ ଟିକେଟ କାଟିଲେ ,୩୫ ମହିଳାଙ୍କୁ ଟିକେଟ ଦେଲେ

ଭୁବନେଶ୍ୱର : ବହୁ ଘଣ୍ଟାଚକଟା ପରେ ବିଜେଡ଼ି ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି  । ଏଥର ଦଳ ୨୭ ବିଧାୟକ ଓ ୬ ବିଧାୟିକାଙ୍କ ଟିକେଟ କାଟିଦେଇଛି  । ତେବେ ଦଳ ୩୫ ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରିଛି  । ୨୦୧୯ରେ ଦଳ ୪୨ ବିଧାୟକଙ୍କ ଟିକେଟ କାଟିଥିବାବେଳେ ୨୦୧୪ରେ ୪୦ ଜଣଙ୍କ ଟିକେଟ କଟିଥିଲା  ।
ନିତ୍ୟାନନ୍ଦ ସାହୁ, ପଦ୍ମିନୀ ଦିଆନ୍‌, ସଦାଶିବ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଉଷା ଦେବୀ, ସାବିତ୍ରୀ ଅଗ୍ରୱାଲ, ମୌଷଧି ବାଗ, ପ୍ରକାଶ ମାଝୀ, ପ୍ରତାପ ଜେନା, ଭୂପିନ୍ଦର ସିଂ, ରାଜକିଶୋର ଦାସ, ସମ୍ବିତ ରାଉତରାୟ, ରମେଶ ଚନ୍ଦ୍ର ସାଏ, ପର୍ଶୁରାମ ଧଡା, ପ୍ରୀତମ ପାଢୀ, ଅଙ୍ଗଦ କହଁର, ବିଜୟଶଙ୍କର ଦାସଙ୍କର ଟିକେଟ କଟିଯାଇଛି  । ସେହିପରି ପୂର୍ଣ୍ଣଚନ୍ଦ୍ର ବାକା, କିଶୋର ନାୟକ, ରଜନୀକାନ୍ତ ସିଂହ, ସମୀର ରଞ୍ଜନ ଦାସ, ଅମର ପ୍ରସାଦ ଶତପଥି, ଶଶୀଭୂଷଣ ବେହେରା, ମୀନାକ୍ଷୀ ମହନ୍ତ, ଭାଗିରଥି ସେଠୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ସୁନନ୍ଦା ଦାସ, ସୀମାରାଣୀ ନାୟକ, ସୁବ୍ରତ ତରାଇ, ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଅନନ୍ତ ଦାସ, ଅଶୋକ ବଳଙ୍କୁ ବି ଟିକେଟ ମିଳିନାହିଁ  । 
ବିଜେଡ଼ି ଗତଥର ବିଧାୟିକା ହୋଇଥିବା ୧୧ ଜଣଙ୍କୁ ପୁଣି ଟିକେଟ ଦେଇଛି  । ସେହିପରି ୮ ଜଣ ବିଧାୟକଙ୍କ ପତ୍ନୀ ଓ ଜଣେ ବିଧାୟକଙ୍କ ମା’ଙ୍କୁ ମଧ୍ୟ ଟିକେଟ ମିଳିଛି  । ସେହିପରି ୫ ବରିଷ୍ଠ ନେତାଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି  । ବଡ଼ସାହିରେ ଅନୁସୂୟା ପାତ୍ର, ମୋରଡ଼ାରେ ପ୍ରୀତିନନ୍ଦା କାନୁନଗୋ, ଫୁଲବାଣୀରେ ଜୟଶ୍ରୀ କହଁର, ଖଲିକୋଟରେ ସୂର୍ଯ୍ୟମଣି ବୈଦ୍ୟ, ଆସିକାରେ ମଞ୍ଜୁଳା ସ୍ୱାଇଁଙ୍କୁ ଦଳ ପ୍ରାର୍ଥୀ କରିଛି  । ସେହିପରି ପାରାଦୀପରେ ଗୀତାଞ୍ଜଳୀ ରାଉତରାୟ, ନର୍ଲାରେ ମନୋରମା ମହାନ୍ତି, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାଏକ, ପଦ୍ମପୁରରେ ବର୍ଷା ସିଂ ବରିହା, ଅନୁଗୁଳରେ ସଂଯୁକ୍ତା ସିଂ, ସାନଖେମୁଣ୍ଡିରେ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଜୟପୁରରେ ଇନ୍ଦିରା ନନ୍ଦଙ୍କୁ ଦଳ ଟିକେଟ ଦେଇଛି  । ଅପରପକ୍ଷରେ ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, ରେମୁଣାରେ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରେ ସୁବାସିନୀ ସାହୁ, ରଘୁନାଥପଲ୍ଲୀରେ ଅର୍ଚ୍ଚନାରେଖା ବେହେରା, ବାଙ୍ଗିରୀପୋଷୀରେ ରଞ୍ଜିତା ମାରାଣ୍ଡି, ଖଣ୍ଡପଡ଼ାରେ ସାବିତ୍ରୀ ପ୍ରଧାନ ଓ କୋରେଇରେ ସଂଧ୍ୟାରାଣୀ ଦାସ ଟିକେଟ ପାଇଛନ୍ତି  ।