ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ରୋଡ ସୋ’


ତିର୍ତ୍ତୋଲ/ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଡ.ରମାକାନ୍ତ ଭୋଇ ଓ ସାଂସଦ ପ୍ରାର୍ଥôନୀ ଡା.ରାଜଶ୍ରୀ ମଲ୍ଲିକଙ୍କ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ମନୋନୟନ ପତ୍ର ଦାଖଲ ପରିପ୍ରେକ୍ଷୀରେ ଉଭୟ ପ୍ରାର୍ଥୀ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିରରେ ପୂଜାର୍ଚ୍ଚନା କରି ଶାରଳା ମନ୍ଦିରରୁ ଏକ ବିଶାଳ ରୋଡ ସୋ ଜରିଅରେ ଦଳୀୟ ସମର୍ଥକ ଗହଣରେ ଯାଇ ନିଜର ଦମ ଦେଖାଇଛନ୍ତି । ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀଙ୍କ ଏହି ରୋଡ ସୋ ପରେ ବିରୋଧି ଶିବିରରେ ଛନକା ଦେଖାଦେଇଛି । ପୂର୍ବାହ୍ନରେ ଶାରଳା ମନ୍ଦିର ନିକଟରୁ ଏକ ଖୋଲା ଜିପରେ ଦଳୀୟ କର୍ମୀଙ୍କ ବାଇକ ଶୋଭାଯାତ୍ରାରେ ଉଭୟ ପ୍ରାର୍ଥୀ ଡ.ଭୋଇ ଓ ଡା. ରାଜଶ୍ରୀ ମଲ୍ଲିକ କନକକପୁର, ତେନ୍ତୁଳିପଦା, ଶାରଳାରୋଡ, ତରଜଙ୍ଗା, ନୂଆପଡା, ଜଇପୁର, ଛପଡା, ନାଲିବର, ସଅଁରା ଆଦି ସ୍ଥାନରେ ଜନସାଧାରଣଙ୍କ ସମର୍ଥନ ଲୋଡିବା ସହ ଜନସାଧାରଣଙ୍କ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କନକପୁର ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତା ଘାଟ ଜାମ ହୋଇଯାଇଥିଲା । ଜିଲା ବିଜେଡି ସଭାପତି ରବିନାରାୟଣ ଜେନା, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜିଲା ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ବସନ୍ତ ମହାପାତ୍ର, ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ସୁମିତ ଦାସ, ଜିଲା ପରିଷଦ ସଭ୍ୟ ସୁନୀଲ ବେହେରା, ରଞ୍ଜିତା ସିଂ, ଦେବ ମହାନ୍ତି, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଯୁବନେତା ସୁବ୍ରତ ଦାଶ, କାଳନ୍ଦୀ ଦାଶ, ଭାସ୍କର ଚନ୍ଦ୍ର ନାୟକ, ଯଶୋବନ୍ତ ରାଉତ, ନିହାର ମହାନ୍ତି ସମେତ ବହୁ ଦଳୀୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।