ଧାନର ଏମଏସପି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଜଗତସିଂହପୁର  : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନାଉସିରାଠାରେ ଥିବା ବୀଣାପାଣି ମଣ୍ଡପ ପରିସରରେ ଧାନର ଏମଏସପି ୩୧ ସହକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା  । ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧନ୍ୟବାଦ ସଭାରେ ମୁଖ୍ୟଅତିଥି ଭାବେ ଖାଉଟି ଯୋଗାଣ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଶିଳ୍ପ, ଦକ୍ଷତା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ, ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଥିଲେ  । ଏହି ସଭାରେ ମନ୍ତ୍ରୀ ଶ୍ରୀ ପାତ୍ର, ମନ୍ତ୍ରୀ ଶ୍ରୀ ସ୍ୱାଇଁ, ବିଧାୟକ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଯୋଜନା, ସୁଭଦ୍ରା, ଶିଳ୍ପ, ରାସନ କାର୍ଡ ସମ୍ବନ୍ଧରେ ଅବଗତ କରାଇଥିଲେ  । ଧାନର ଏମଏସପି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଉପହାର ଦେଇଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ନରହରି ମିଶ୍ର, ପତିତପାବନ ହୋତା, ଇଂ ହରିହର ବେହେରା, ସୁଶୀଲ କୁମାର ସାହୁ, ବିବେକାନନ୍ଦ ହୋତା, ସୁଧୀର ମଲ୍ଲିକ, ସୁବୋଧ ବାରିକ, ରାଜ୍ୟ ସଂଯୋଜିକା କୃଷକ ମୋର୍ଚ୍ଚା ଜୟଲକ୍ଷ୍ମୀ ମହାନ୍ତି, ଅଳକା ଦାସଙ୍କ ସମେତ ସହସ୍ରାଧିକ ମହିଳାମାନେ ଯୋଗଦେଇଥିଲେ  । ପିଏମ କିଷାନ, ସିଏମ କିଷାନ, ସମୃଦ୍ଧ କୃଷକ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଶ୍ରୀଅନ୍ନ ଅଭିଯାନ, ବଳଭଦ୍ର ଜୈବିକ ଚାଷ ମିଶନ ଆଦି ଯୋଜନା ମାଧ୍ୟମରେ ରାଜ୍ୟର କୃଷକ ମାନଙ୍କୁ ସମୃଦ୍ଧ କରାଇବାକୁ ପ୍ରୟାସ ଜାରି ରଖିବା ସହ ସବ୍ଡିଭିଜନ୍ ସ୍ତରରେ ଭଣ୍ଡାର ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ କରି ଦେଇଛନ୍ତି  । ତତସହିତ ଅଦିନିଆ ବର୍ଷାକୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରିଛନ୍ତି, ଏହାଦ୍ୱାରା କୃଷକ ଭାଇମାନେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଲାଗି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ  । ଏହା ହେଉଛି ବିଜେପି ସରକାରଙ୍କର ରାଜ୍ୟର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ସବକା ସାଥ୍, ସବକା ବିକାଶ’ର ପ୍ରତିଫଳନ  । ଇତ୍ୟବସରରେ ଜିଲ୍ଲାର ସଫଳ ଚାଷୀ ମାନଙ୍କୁ ‘ଅନ୍ନଦାତା ସମ୍ମାନ’ରେ ସମ୍ମାନିତ କରାଯିବା ସହ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ'ରେ ଖୋ ଖୋ କ୍ରୀଡାରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ପଦକ ଜିତିଥିବା କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି  । ତିର୍ତ୍ତୋଲ ମଣିଚରଣ ସାରଳା ଏକାଡେମୀରୁ ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ୫ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା  । ମଣିଚରଣ ସାରଳା ଏକାଡେମୀର ଖେଳ ଶିକ୍ଷକ ଭୁବନ ମୋହନ ଦାସ, ଛାତ୍ରୀ ହର ପ୍ରିୟା ଭୂୟାଁ, ସ୍ମରଣିକା ସାହୁ, ଦେବସ୍ମିତା ଦାସ, ଶୁଭଲକ୍ଷ୍ମୀ ନାଥଶର୍ମା, ଛାତ୍ର ବାପି ମୁର୍ମୁ ଓ ସୁମିତ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଛ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା  । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  ।