ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ବାଲେଶ୍ୱର,: ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନ ସୁପରି·ଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବାଲେଶ୍ୱର ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିକାଶ ସିଂ, ଅକ୍ଷତା ଶ୍ରୀନିବାସ, ଅଙ୍କିତ ସୋମାନି ଓ ଜୀତେଶ କୁମାର ଯେନ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନନ ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ନିଦେ୍ର୍ଦଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନନ ନାୟକ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ନିର୍ବାଚନ ଖର୍ଚ୍ଚର ସୁପରି·ଳନା ସମ୍ଭନ୍ଧରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପ ଉପରେ ବିଶଦ ଭାବେ ଉପସ୍ଥାପନ କରିଥିଲେ ।
ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇଭିଏମ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ, ନିର୍ବାଚନ ଖର୍ଚ୍ଚ ପରି·ଳନା, ସି ଭିଜିଲ ରିପୋର୍ଟ ବାବଦରେ ବିସ୍ତୃତ ତଥ୍ୟ ବୁଝିଥିଲେ । ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନଜରକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ ।