ନାଲିଫିତା ତଳେ ସ୍ୱାସ୍ଥ୍ୟକେନ୍ଦ୍ର, ସପ୍ତାହକରେ ଥରେ  ଆସୁଛନ୍ତି ଡାକ୍ତର

ନାଲିଫିତା ତଳେ ସ୍ୱାସ୍ଥ୍ୟକେନ୍ଦ୍ର, ସପ୍ତାହକରେ ଥରେ  ଆସୁଛନ୍ତି ଡାକ୍ତର

ନୀଳଗିରି : ନୀଳଗିରି ଉପଖଣ୍ଡରେ ମିତ୍ରପୁରରେ ଥିବା ଦାତବ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏବେ ରୁଗ୍ଣ ହେବାକୁ ଲାଗିଛି । ଏବେ ଆର୍ଥିକ ପରିସ୍ଥିତି ଯୋଗୁଁ ଏହାକୁ ପରିଚାଳନା କରିବା କଷ୍ଟ ହୋଇପଡିଛି । ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଦାତବ୍ୟ ଚିକିସôାଳୟଟି ଖୋଲିଥିଲା । ଉକ୍ତ ଚିକିସôାଳୟ ଉପରେ ୮ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ଏଥିପାଇଁ ଏକର ଅଶି ଡିସିମିଲି ଜମି ଲୋକେ ଦାନ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଆଜକୁ ୨୦ବର୍ଷ ଧରି ଅଞ୍ଚଳବାସୀ ଅନେକ ବାର ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି କର୍ଣ୍ଣପାତ୍ କରୁନାହାନ୍ତି । ସୂଚନା ଅନୁସାରେ ମିତ୍ରପୁର ଅଞ୍ଚଳ ଏକ ଆଦିବାସୀ ଅଧୂଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଆଦିବାସୀମାନେ ପଥର ଓ ପତର ଉପରେ ନିର୍ଭର କରିଆସୁଛନ୍ତି । କୌଣସି ରୋଗ ହେଲେ ମିତ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସେତେବେଳେ ମିତ୍ରପୁର ଅଞ୍ଚଳରେ ଖଣି ଖାଦାନ ଚାଲୁଥିବା ବେଳେ ଆର୍ଥିକ ପରିସ୍ଥିତି ଭଲ ଥିଲା । ମାତ୍ର ଏବେ ସବୁ ଖଣି ଖାଦାନ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଆର୍ଥିକ ମାନଦଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଫଳରେ ଉକ୍ତ ଚିକିସôାଳୟକୁ ଚଲାଇବା ଅସମ୍ଭବ ହୋଇପଡିଛି । କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ କଷ୍ଟ ହୋଇପଡିଛି । ଏନେଇ ଅଞ୍ଚଳବାସୀ ସରକାରୀକରଣ ପାଇଁ ୨୦ବର୍ଷ ଧରି ସଚିବାଳୟ ଠାରୁ ବିଧାନସଭା ଓ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିସôା ଅଧିକାରୀ, ଜିଲ୍ଲାପାଳ ତକôାଳୀନ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସବୁ ଅଭିଯୋଗ ସରକାରୀ ନାଲି ଫିତା ତଳେ ବନ୍ଧା ପଡ଼ି ରହିଛି । ସରକାରୀ ସ୍ତରରେ କିଛି ମେଡ଼ିସିନ୍ ଯୋଗାଇ ଦିଆଯାଉଥିବା ବେଳେ ସପ୍ତାହକୁ ଥରେ ଜଣେ ସରକାରୀ ଡାକ୍ତର ଆସୁଛନ୍ତି । ତୁରନ୍ତ ଉକ୍ତ ଚିକିସôାଳୟକୁ ସରକାରୀକରଣା ପାଇଁ ନୀଳଗିରି ଉପ ଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖୁବ୍ଶୀଘ୍ର ସରକାରଙ୍କୁ ଅବଗତ କରାଇବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ନୂତନ ସରକାର ଅଞ୍ଚଳବାସୀଙ୍କ ଦାବି ଶୁଣିବେ ବୋଲି ଅଞ୍ଚଳବାସୀ ଆଶା ଭରସା ରଖିଛନ୍ତି । ତେଣୁ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।