ନାମାଙ୍କନ ପୂର୍ବରୁ ସିପିଆଇର ଶକ୍ତି ପ୍ରଦର୍ଶନ
ନୀଳଗିରି,: ବିଶାଳ ପଟୁଆରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ ନୀଳଗିରି ମାଟିରେ ଶକ୍ତି ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ କମୁ୍ୟନିଷ୍ଟ ପାର୍ଟିର ବରିଷ୍ଠ ନେତା ଆଶିଷ କାନୁନଗୋ, ବରିଷ୍ଠ ଆଇନଜୀବି ପ୍ରଶାନ୍ତ ମିଶ୍ର ଅନ୍ୟାୟ ଅନୀତି ବିରୁଦ୍ଧରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କମ୍ୟୁନିଷ୍ଟ ନେତା କୈଳାଶ ଚନ୍ଦ୍ର ପଣ୍ଡା ଭାବ ବିହ୍ୱଳ ହୋଇ ପ୍ରାର୍ଥୀଙ୍କୁ ପୁଷ୍ପ ମାଳା ପିନ୍ଧାଇ ସଂସ୍କୃତ ଭାଷାରେ ବିଜୟୀ ଭବ କହିବା ଜନ ମାନସକୁ ପ୍ରଭାବିତ କରିଥିଲ । ଏହି ଶୋଭାଯାତ୍ରା ରେ ସରପଞ୍ଚ ପୁରୁଷୋତ୍ତମ ସେଠି, ସମିତି ସଭ୍ୟ ଭୋଳାନାଥ ମାଝୀ, ଶ୍ୟାମସୁନ୍ଦରପୁର ସେବା ସମବାୟ ସଭାପତି ମନୋରଞ୍ଜନ ଦାସ, କମଳାକାନ୍ତ ବାରିକ, କରୁଣାକର ପରିଡା, ବାସନ୍ତୀ ବାରିକ ୨୦ ରୁ ଅଧିକ ସମିତି ଡ଼ାଇରେକ୍ଟର, ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର , ଭଦ୍ରକ ସାଂସଦ ପ୍ରାର୍ଥୀ, ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ କରିବା ସହିତ କମ୍ୟୁନିଷ୍ଟ ପାର୍ଟିର ବାଲେଶ୍ୱର ଜିଲ୍ଲା ଶ୍ରମିକ ନେତା ମାୟାଧର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମ ଜେନା, ଅନାମ ପ୍ରସାଦ ବାରିକ, ଗୌରହରି ବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ମହୋରର ହରେକୃଷ୍ଣ ଜେନା, ବିଜୟ ସ, ପ୍ରଭାବତୀ ଦାସ, ବାସନ୍ତୀ ନାୟକ, କମଳା ବେହେରା, ଗାୟତ୍ରୀ ପଣ୍ଡା, ଅରୁଣା ବାରିକ, ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦେବଙ୍ଗ, ନେତ୍ରୀ ସୁହାଗି ମାଝୀ, ମୁନି ସିଂ, ଯତୀନ ପାତ୍ର ସମେତ ୫୦୦୦ ରୁ ଉର୍ଦ୍ଧ ·ଷୀ ମୁଲିଆ, ଶ୍ରମିକ, ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।